ସାଧାରଣ ନିର୍ବାଚନ ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ଏକକାଳୀନ ସାଧାରଣ ନିର୍ବାଚନ ସକାଶେ ଆବଶ୍ୟକ ପଡୁଥିବା ଅଧିକାରୀ ଏବଂ କର୍ମଚାରୀ ନିଯୁକ୍ତି ନିମନ୍ତେ ଏବଂ ଅନ୍ଯାନ୍ୟ ଆନୁସଙ୍ଗୀକ ବ୍ୟବସ୍ଥା ଗୁଡିକର ପରିଚାଳନା ସଂକ୍ରାନ୍ତରେ ଏକ ବୈଠକ ଜିଲ୍ଲାପାଳଙ୍କ ଓସ୍ବାନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସବିଶେଷ ଆଲୋଚନା କରିଥିଲେ । ଜିଲ୍ଲାରେ ନିର୍ବାଚନ ପରିଚାଳନା ସକାଶେ ଆବଶ୍ୟକ ପଡୁଥିବା ନୋଡାଲ ଅଧିକାରୀ, ସେମାନଙ୍କର ପ୍ରଶିକ୍ଷଣ, ନିର୍ବାଚନ ପରିଚାଳନା ସକାଶେ ସାମଗ୍ରୀର ପରିଚାଳନା, ନୋଡାଲ ଅଧିକାରୀ ମାନଙ୍କର ଯାତାୟତ ବ୍ୟବସ୍ଥା ଏବଂ ସେମାନଙ୍କର କମ୍ପ୍ୟୁଟର ସାଇବର ସିକ୍ୟୁରିଟି ଓ ସୂଚନା ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ, SVEEP, ଆଇନ ଶୃଙ୍ଖଳା, ଇଲେକ୍ଟ୍ରୋନିକ ଭୋଟିଂ ମେସିନ୍ ପରିଚାଳନା, ବ୍ୟାଲଟ୍ ପେପର, ପୋଷ୍ଟାଲ ବ୍ୟାଲଟ୍, ଭୋଟର ତାଲିକା ଇତ୍ୟାଦି ସମ୍ପର୍କିତ ଆଲୋଚନା ହୋଇଯାଇଛି । ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ଭୋଟ ଦାତାଗଣ ଏବଂ ଭିନ୍ନକ୍ଷମ ବ୍ୟକ୍ତିଗଣ ଯେଭଳି ସୁବିଧାରେ ଭୋଟ ଗ୍ରହଣ କେନ୍ଦ୍ରକୁ ପ୍ରବେଶ କରି ଭୋଟ ଦେବେ ସେଥି ସକାଶେ ଆନୁସଙ୍ଗୀକ ବ୍ୟବସ୍ଥା କରିବାକୁ କୁହାଯାଇଛି । ଗତ ନିର୍ବାଚନ ସମୟରେ ଯେଭଳି ଇ.ଭି.ଏମ୍. ଦ୍ବାରା ଭୋଟ ସଂଗ୍ରହ କରାଯାଇଥିଲା । ଚଳିତ ଥର ମଧ୍ୟ ସେହିଭଳି ଭୋଟଦାତା ଗଣ ନିଜନିଜର ମତଦାନ କରିବେ । ସେଥିଯୋଗୁଁ ଇ.ଭି.ଏମ୍. ଦ୍ବାରା ଭୋଟଦାତାଗଣ କିଭଳି ଭୋଟ ପ୍ରଦାନ କରିବେ ସେଥି ସକାଶେ ସଚେତନତା କରାଯିବ । ପ୍ରତି ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳର ପ୍ରତ୍ୟେକ ସ୍ଥାନରେ ସଚେତନତା ହେବ ଏହାର ଖସଡା ପ୍ରସ୍ତୁତି କରିବାକୁ କୁହାଯାଇଛି । ନିର୍ବାଚନ କାର୍ଯ୍ୟ ପରିଚାଳନା ସକାଶେ ଆବଶ୍ୟକ ପଡୁଥିବା ନୋଡାଲ ଅଧିକାରୀ, ସେକ୍ଟର ଅଧିକାରୀ, ପ୍ରିଜାଇଡିଂ ଅଫିସର ଏବଂ ଅନ୍ଯାନ୍ଯ ଭୋଟ ଗ୍ରହଣ ଅଧିକାରୀଙ୍କୁ ମୁତୟନ ସକାଶେ ବିଭିନ୍ନ କାର୍ଯ୍ୟାଳୟରୁ ମଗାଯାଇଥିବା ତଥ୍ୟ ସମ୍ପର୍କରେ ସୁବିସ୍ତୃତ ଆଲୋଚନା ହୋଇଥିଲା । ଆବଶ୍ୟକ ପଡୁଥିବା ମହିଳା ଅଧିକାରୀ ଏବଂ ପୋଲିସ୍ ବ୍ଯକ୍ତିଙ୍କ ମୁତୟନ ପ୍ରକ୍ରିୟାକୁ ପ୍ରସ୍ତୁତ କରିବାକୁ କୁହାଯାଇଛି । ଚଳିତ ମାସ ସେକ୍ଟର ଅଧିକାରୀ ମାନଙ୍କର ପ୍ରଶିକ୍ଷଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ଦିବ୍ଯାଙ୍ଗ / ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ସକାଶେ ସକ୍ଷମ ଆପ୍ କାର୍ଯ୍ୟକାରୀ କରାଯିବ । ରୁଟ୍ ଚାର୍ଟ, ଆବଶ୍ୟକ ପଡୁଥିବା ଯାନର ଆକଳନ କରିବାକୁ କୁହାଯାଇଛି । ଭୋଟ ସଂଗ୍ରହ ନିମିତ୍ତ ଅସୁରକ୍ଷିତ ସ୍ଥାନ ଗୁଡିକର ଚିହ୍ନଟ କରି ତାହାର ଆନୁସଙ୍ଗୀକ ବ୍ୟବସ୍ଥା ଦିଗରେ ଆଲୋଚନା ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ