ବିଶ୍ୱ ବ୍ରେଲି ଦିବସ ପାଳନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ପୌରସଂସ୍ଥା ଦୃଷ୍ଟିହୀନ ବିଦ୍ୟାଳୟ ଆନୁକୁଲ୍ୟରେ ବିଶ୍ୱ ବ୍ରେଲି ଦିବସ ଓ ମହାତ୍ମା ଲୁଇସ ବ୍ରେଲଙ୍କର ୨୧୫ ତମ ଜୟନ୍ତି ଉତ୍ସବ ପାଳନ ହୋଇଯାଇଛି । ପ୍ରଧାନଶିକ୍ଷକ ସ୍ୱପ୍ନା୍‌ଶୁ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଯୋଗ ଦେଇ ମହାତ୍ମା ଲୁଇସ ବ୍ରେଲଙ୍କ ଅବଦାନ, ବିଶ୍ୱ ବ୍ରେଲ ଦିବସ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ସହ ଦୃଷ୍ଟିବାଧିତଙ୍କ ପାଇଁ ସରକାରୀ ଯୋଜନା, ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଦୃଷ୍ଟିବାଧିତ ପିଲାମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ମୁଖ୍ୟବ୍ୟକ୍ତା ଭାବେ ଅତିରିକ୍ତ ଜିଲ୍ଳା ସୂଚନା ଅଧିକାରୀ ଅଶୋକ କୁମାର ବଳିଆରସିଂହ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଜିଶୁକୃଷ୍ଣ ଦାସ, ସୁମନ ଘୋଷ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଳି ପ୍ରିୟଦର୍ଶିନୀ, ବିଶିଷ୍ଠ ବାସ୍ତୁବିତ ନାରାୟଣ ଚନ୍ଦ୍ର ପତି, ବିଶିଷ୍ଟ ସମାଜ ସେବି ତଥା ସମୀର ମୋଟର୍ସ ମୁଖ୍ୟ ସମୀର ଚାନ୍ଦ, ବିଶିଷ୍ଟ ସମାଜ ସେବି କ୍ଷୀରୋଦ କୁମାର କର, ପୂର୍ବତନ କାଉନସିଲର ଦେବେନ୍ଦ୍ର କୁମାର ରାଉତ ପ୍ରମୁଖ ଯୋଗ ଦେଇ ବିଶ୍ୱ ବ୍ରେଲ ଦିବସ ସମ୍ପର୍କରେ ଆଲୋଚନା କରିଥିଲେ । ୩୦ ଜଣ ପିଲାଙ୍କୁ ପୋଷାକ ପ୍ରଦାନ, ବିଭିନ୍ନ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା । ସଫଳ କାର୍ଯ୍ୟ ପାଇଁ ସହକାରୀ ଶିକ୍ଷକ ଅରୁଣ କୁମାର ବେହେରାଙ୍କୁ ମହାତ୍ମା ଲୁଇସ ବ୍ରେଲ ସମ୍ମାନ ପ୍ରଦାନ କରାଯାଇଥିଲା । ପରେ ପରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶାରୀରିକ ଶିକ୍ଷା ଶିକ୍ଷକ ଭରତ କୁମାର ସାହୁ ଅତିଥି ପରିଚୟ, ସଂଗୀତ ଶିକ୍ଷୟତ୍ରୀ ସସ୍ମିତା ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ । ମହେନ୍ଦ୍ର ପ୍ରସାଦ ସିଂ, ମନୋଜ କୁମାର ବେହେରା, ଗୀତାଞ୍ଜଳି ଦାସ, ମାନିନୀ ବେହେରା, ଅଲେଖ ବେହେରା, କିରଣ ଦାସ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ