ଜିଲ୍ଲା ଯୁବସେବା ମଞ୍ଚ ପକ୍ଷରୁ ପାଟକୁରା ଗାନ୍ଧୀ ରାଜକିଶୋର ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଯୁବ ସେବା ମଞ୍ଚ ପକ୍ଷରୁ ଖଡିଅଙ୍ଗ ମେଡିକାଲ ଛକସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସନ୍ନିକଟରେ ମଞ୍ଚର ପ୍ରତିଷ୍ଠାତା ସମ୍ପାଦକ ଗୋପାଳ ଚରଣ ମହାପାତ୍ରଙ୍କ ନେତୃତ୍ୱରେପାଟକୁରା ଗାନ୍ଧୀ ସ୍ୱର୍ଗତ ରାଜକିଶୋର ନାୟକଙ୍କ ୧୪ତମ ଶ୍ରାଦ୍ଧାବାର୍ଷିକ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଦିନେଶରାଜ ସିଂହ, ବିଜେଡି ଜିଲ୍ଲା ସଂଖ୍ୟାଲଘୁ ସେଲ ସଭାପତି ମହମ୍ମଦ ସେକ ଇନାୟତ(ଚନ୍ଦନ), ଅନନ୍ତ କର, ରମେଶ ଥାଟୋଇ, ମାନସ ଦାସ, ସାହେବ ସାହିଲ ରାଉତ, ସୁରେନ୍ଦ୍ର ନାଥ ବେହେରା, ମାନସ କୁମାର ସାହୁ, ଆଇନଜୀବୀ ମହେନ୍ଦ୍ର କୁମାର ମହାପାତ୍ର, ସରୋଜ ରଣା, ତ୍ରିଲୋଚନ ବିଶ୍ୱାଳ, ହାଡିବନ୍ଧୁ ବେହେରା, ବିଜୟ କୁମାର ମଣ୍ଡଳ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


