ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ଦିଗପହଣ୍ଡି ଗସ୍ତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଭି . କିର୍ତ୍ତୀଭାସନ ଶୁକ୍ରବାର ଦିଗପହଣ୍ଡି ବ୍ଳକ ଗସ୍ତରେ ଆସି ନବନିର୍ମିତ ୫-ଟି ହାଇସ୍କୁଲ ଗୁଡ଼ିକର ରୂପାନ୍ତରଣ କାର୍ଯ୍ୟକ୍ରମ ସମୀକ୍ଷା କରି ଫେରିଥିବା ଜଣାପଡିଛି । ରାଜ୍ୟ ସରକାର ଛାତ୍ରୀ ଛାତ୍ର ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢିବା ନେଇ ୫ – ଟି ଯୋଜନାରେ ବିଦ୍ୟାଳୟ ଗୁଡ଼ିକୁ ସାମିଲ କରି ଏହାର ରୂପାନ୍ତରିତକରୀଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଚତୁର୍ଥ ପର୍ଯ୍ୟାୟରେ ଦିଗପହଣ୍ଡି ବ୍ଳକର ୧୨ ଟି ବିଦ୍ଯାଳୟ ରୂପାନ୍ତରିତ ହେବାକୁ ଥିବାବେଳେ ପ୍ରକଳ୍ପ ନିର୍ଦ୍ଦେଶକ ବ୍ଳକର ପଦ୍ମନାଭପୁର ନୋଡାଲ ହାଇସ୍କୁଲ ପରିଦର୍ଶନରେ ଆସି ରୂପାନ୍ତରିତ କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ଗସ୍ତ ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ . ଚିତ୍ତରଞ୍ଜନ ଦାସ , ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ , ବ୍ଳକ ସହକାରୀ ଯନ୍ତ୍ରୀ ଇଂ. ରାଜୀବ ଚନ୍ଦ୍ର ପ୍ରଧାନ , କନିଷ୍ଠ ଯନ୍ତ୍ରୀ ଇଂ . ସୁବ୍ରତ ମହାରଣା , ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣାରାଓ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।