ସିଦ୍ଧଖଣ୍ଡି ଗ୍ରାମରୁ ବାଇକ ଚୋରି ଥାନାରେ ଏତଲା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅନ୍ତର୍ଗତ ସିଦ୍ଧଖଣ୍ଡି ଗ୍ରାମରୁ ଏକ ଟିଭିଏସ ଆପାଚି ବାଇକ ନଂ.(ଓଡି ୦୭ଏଆର ୫୪୫୧) ବାଇକକୁ କୌଣସି ଦୃବୃର୍ତ୍ତ ଚୋରି କରିଥିବା ଦିଗପହଣ୍ଡି ଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଚାଲିଥିବା ଦିଗପହଣ୍ଡି ଥାନା ଆଇ.ଆଇ.ସି ଦିପ୍ତୀରଞ୍ଜନ ବେହେରା ସୁଚନା ଦେଇଛନ୍ତି।ସିଦ୍ଧଖଣ୍ଡି ଗ୍ରାମର ଶିବଶଙ୍କର ରାଉତ ତାଙ୍କ ବାଇକକୁ ଗୁରୁବାର ଘର ଆଗରେ ରଖଥିଲେ।ସକାଳୁ ଦେଖିଲା ବେଳକୁ ବାଇକଟି ଗାଏବ ହୋଇ ଯାଇଛି।ଏ ନେଇ ଶିବ ବହୁତ ଅନୁସନ୍ଧାନ କରିବା ପରେ ବାଇକ ସମ୍ପର୍କରେ କୌଣସି ସୁରାକ ନମିଳିବାରୁ ସେ ଦିଗପହଣ୍ଡି ଥାନାରେ ଅନଲାଇନରେ ତାଙ୍କ ଅଭିଯୋଗକୁ ଦାଖଲ କରିଛନ୍ତି।ଶିବ ଗତ ପ୍ରାୟ ୬ ମାସ ପୂର୍ବେ ଏହି ବାଇକକୁ କିଣିଥିବା ସେ କହିଛନ୍ତି।ବାଇକ ଚୋରି ସାଧାରଣତଃ ସହରାଞ୍ଚଳରେ ଅଧିକ ପରିମାଣରେ ହୋଇଥାଏ କିନ୍ତୁ ଗ୍ରାମଞ୍ଚଳରୁ ଏଭଳି ଘଟଣା ପ୍ରଥମ ବୋଲି ସାଧାରଣରେ ଆଲୋଚନା ହେଉଛି।


