ଗାଙ୍ଗପୁରରେ କିଶୋରୀ ମେଳା-୨୦୨୩/୨୪ ଅନୁଷ୍ଠିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ପଂଚାୟତ କାର୍ଯ୍ୟାଳୟ ନିକଟସ୍ଥ ମିଶନ୍ ଶକ୍ତି ଗୃହ ପରିସରରେ ଆଇସିଡିଏସ୍ ଅଞ୍ଚଳ ପରିଦର୍ଶିକା ଝୁନୁଲତା ସ୍ଵାଇଁଙ୍କ ଅଧ୍ୟକ୍ଷତାରେ କିଶୋରୀ ମେଳା-୨୦୨୩/୨୪ ଅନୁଷ୍ଠିତ ହୋଇଯାଇଛି I ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ସହାୟତାରେ ତଥା ବେଲଗୁଣ୍ଠା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ସୋପାନ ସମ୍ପର୍କରେ ଆଲୋଚନା କରାଯାଇଥିଲା I ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସମିତିସଭ୍ୟା ଗୀତାଞ୍ଜଳି ବିଷୋୟୀ, ଶିକ୍ଷକ ଶିଶିର କୁମାର ସ୍ୱାଇଁ ଏବଂ ପଂଚାୟତ ନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ଦଳବେହେରା ଅତିଥି ଭାବେ ଯୋଗ ଦେଇ କିଶୋରୀ ମାନଙ୍କ ପୁଷ୍ଟି ସାଧନ,କିଶୋରୀଙ୍କ ପାଇଁ ଥିବା ବିଭିନ୍ନ ସରlକାରୀ ଯୋଜନା,ବାଲ୍ୟ ବିବାହକୁ ରୋକିବା ଦିଗରେ ଅଭିଭାବକଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ I ଏହି ଅବସରରେ କିଶୋରୀ ମାନଙ୍କ ମଧ୍ୟରେ ଝୋଟି ଚିତା, ବକ୍ତୃତା, ନୃତ୍ୟ ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତୀ କିଶୋରୀମାନଙ୍କୁ ଅତିଥି ମାନେ ପ୍ରଶଂସା ପତ୍ର ଏବଂ ପୁରସ୍କାର ପ୍ରଦାନ କରିଥିଲେ I ଏହା ସହିତ କିଶୋରୀ ମାନଙ୍କ ସୁରକ୍ଷା ସମ୍ପର୍କରେ ଏକ ସଚେତନ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି କର୍ମୀ କବିତା କୁମାରୀ ସାହୁ,ରଞ୍ଜିତା ବିଷୋୟୀ, ଅନୀତା କୁମାରୀ ପଣ୍ଡା, ଗୀତା ସ୍ୱାଇଁ,ମମତା କୁମାରୀ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ତ୍ରିପୁରା ମୋହିନୀ ବିଷୋୟୀ, ଗୀତାଞ୍ଜଳି ଗୌଡ଼, ବବିତା କୁମାରୀ ଭୁୟାଁ, ସସ୍ମିତା କୁମାରୀ ପ୍ରଧାନ, ଯାଜ୍ଞସେନୀ ବିଷୋୟୀ,ଶାମଳୀ ବିଷୋୟୀ ଏବଂ ସମସ୍ତ ସହାୟିକା ସହଯୋଗ କରିଥିଲେ I ଏହି ଅବସରରେ ରାଧାକୃଷ୍ଣ ସ୍ୱୟଂସହାୟକ ଗୋଷ୍ଠୀର ମାଆ ମାନେ ହାତ ତିଆରି ବଡ଼ି,ପାମ୍ପଡ, ବିସ୍କୁଟ୍, ପିଠା, ମିକ୍ସର ଆଦି ଖାଦ୍ୟ ପଦାର୍ଥ ପ୍ରଦର୍ଶନ କରିଥିଲେ I ଆଇସିଡିଏସ୍ ଅଞ୍ଚଳ ପରିଦର୍ଶିକା ଝୁନୁଲତା ସ୍ଵାଇଁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ