ନୂଆ-ଓ କ୍ରୀଡା ଯୋଜନା ଉଦ୍ଘାଟନ ଉତ୍ସବ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା କାଶୀନଗର ପଞ୍ଚାୟତ ସମିତି ଆନୁକୂଲ୍ୟରେ ଏକ କ୍ରୀଡା କାର୍ଯ୍ୟାଳପର (ନୂଆ-ଓ କ୍ରୀଡା ଯୋଜନା ଅନ୍ତର୍ଗତ) ଉଦ୍ଘାଟନ ଉତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ ବାରଣାସୀ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଛି. ଏହି କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା, ଉପାଧ୍ୟାକ୍ଷା କଲ୍ୟାଣୀ ଦେବୀ, ଏନ ଏ ସି ଅଧ୍ୟକ୍ଷା ଏମ ସୁଧାରାଣୀ, ଉପାଧ୍ୟାକ୍ଷ ରଘୁରାମ ସାହୁ, ସ୍ଥାନୀୟ ବି.ଡି.ଓ ଅନୁପ କୁମାର ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗବତ ସାହୁ,ବାରଣାସୀ ହାଇସ୍କୁଲର ପ୍ରଧାନ ଶିକ୍ଷକ କୂର୍ମନଥମ, ସ୍ଥାନୀୟ ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ଓ ବ୍ଲକ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ ମଂଚାସୀନ ହୋଇ ଅନୁଷ୍ଠିତ ହେଉଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ଅଂଶ ନେଇଥିବା ପ୍ରତିଯୋଗୀ ମାନଙ୍କୁ ଅଧିକ ସଂଖ୍ୟାରେ ଅଂଶ ଗ୍ରହଣ କରିବାକୁ ଉତ୍ସହିତା କରି କ୍ରୀଡା କ୍ଷେତ୍ରର ବିକାଶ ନିମନ୍ତେ କିପରି ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି ସେ ବିଷୟରେ ଅବଗତ କରିଥିଲେ. ଏହି କ୍ରୀଡା କାର୍ଯ୍ୟକ୍ରମ ପ୍ରାୟ ସାତ ଦିନ ଧରି ଆୟୋଜନ ହେଉଥିବା ବେଳେ ଏଠାରେ 194 ଦଳ ମାନଙ୍କ ମଧ୍ୟରେ 2100 ପ୍ରତିଯୋଗୀ ଭାଗ ନେବେ ବୋଲି ସୂଚନା ମିଳିଛି. ରାଜ୍ୟ ସରକାରଙ୍କ ଏହି ଯୋଜନା ଯାହାକି ଯୁବ ବର୍ଗଙ୍କ ବିକାଶ ସହ ସ୍ୱାସ୍ଥ୍ୟର ଯତ୍ନ ପ୍ରତି ଦୃଷ୍ଟି ଦେଇ ସେମାନଙ୍କ କ୍ରୀଡା କୌଶଳର ପ୍ରତିଭା ବିକଶିତ କରି ରାଜ୍ୟରେ ସାମୁହିକ କ୍ରୀଡାର ପ୍ରଚାର ପ୍ରସାର ଓ ବିକାଶ କରିବା ସହ ସେମାନଙ୍କ ନିକଟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଏହି ଯୁବ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିକଶିତ କରି ପାରିଲେ ଏହା ଏକ ସୁସ୍ଥ,ସୁନ୍ଦର ଓ ବିକଶିତ ଓଡିଶା ଗଠନରେ ସହାୟକ ହେବ, ସେଥିପାଇଁ ରାଜ୍ୟ ସରକାର ଚିନ୍ତା କରି ଏକ ରୂପାନ୍ତରିତ ଓଡିଶାର ପରିକଳ୍ପନା କରିଥିବା ବିଷୟରେ ମଂଚାସୀନ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ. ଅନୁଷ୍ଠିତ ହେଉଥିବା ବିଭିନ୍ନ କ୍ରୀଡା ପ୍ରତିଯୋଗିତା ମାନ ବ୍ଲକ ମଧ୍ୟରେ ଥିବା ହାଇସ୍କୁଲ ଓ କଲେଜର କ୍ରୀଡା ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଶୃଙ୍ଖଳା ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ସ୍ଥାନୀୟ ବି.ଡି. ଓ ଶ୍ରୀ ପଣ୍ଡା ମହୋଦୟ କହିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ