‘କିଡସ ପେଲେସ ସ୍କୁଲ ୪ର୍ଥ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍‌): ମୟୂରଭଂଜ ଜିଲ୍ଲାର ସିମାନ୍ତ ବହଳଦା ବ୍ଲକର ସଦର ମହକୁମା ରେ ସ୍ଥାପିତ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ କିସ୍ ପେଲେସ ସ୍କୁଲର ୪ର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠାନର ନିର୍ଦେଶକ ସାଶ୍ବତ ପୁଲକ ପାଲଙ୍କ ତତ୍ବାବଧାନରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ବୀରେନ୍ଦ୍ର ପାଲ ଉତ୍ସବ ସମାରୋହର ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ମଧୁସୂଦନ ଦାସ , ସମ୍ମାନିତ ଅତିଥି ଡାକ୍ତର ଅନେକ କୁମାର ସାହୁ,,ସରଣ୍ଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଗୋଲକ ବିହାରୀ ଆଚାର‌୍ୟ୍ୟ, ଶିକ୍ଷା ବିତ୍ତ ଗଣେଶ୍ୱର ସାମଲ, ଅବସରପ୍ରାପ୍ତ ଶିକ୍ଷକ ସନ୍ତୋଷ କର, ଶିକ୍ଷା ସଂଗଠକ ମୋତିଲାଲ ବସା, କସ୍ତୁରବା ଗାନ୍ଧୀ ସ୍କୁଲ ର ପ୍ରଧାନ ଶିକ୍ଷକ ରାଜ କିଶୋର ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ । ଅଭିଭାବକ, ଛାତ୍ର ଛାତ୍ରୀ, ଏବଂ ଶିକ୍ଷକ ମାନଙ୍କର ତ୍ରୀବେଣୀ ସଂଗୀତରେ ବିଦ୍ୟାର୍ଥୀ ସଂସ୍କାର ପ୍ରାପ୍ତ ହୁଏ ଏବଂ ସମାଜରେ ଭଲ ମଣିଷଟିଏ ହୋଇଥାଏ । ବଂଚିବା ପାଇଁ ପୋଥୀ ବିଦ୍ୟାର ଯେଭଳି ଆବଶ୍ୟକ ସେହିଭଳି ବସ୍ତୁ ବାଦୀ ଦୁନିଆରେ ଭଲ ମଣିଷର ଆବଶ୍ୟକତା ରହିଛି ବୋଲି ଅତିଥି ଗଣ କହିଥିଲେ । ଶେଷରେ ଅତିଥି ଗଣ ପୂର୍ବରୁ କରାଯାଇଥିବା ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ