ବରାହୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଘାଟିତ
ହାଟଡିହି, (ବିକାଶ ବିଶ୍ୱାଳ ) : ବ୍ଲକ ବଞ୍ଚୋ ସ୍ଥିତ ମା ବରାହୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗୀତା ଉତ୍ସବ ଉଦଘାଟିତ ହୋଇଯାଇଛି । ପ୍ରଥମ ମା ବରାହୀଙ୍କ ନିକଟରେ ପୂଜାର୍ଚ୍ଚନା କରିବାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ବେହେରା ଆନୁଷ୍ଠାନିକ ଭାବେ ଏହି କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗୀତାକୁ ଉଦଘାଯନ କରିଥିଲେ । ପ୍ରଥମ ଦିବସରେ ବାଇଗଣ ଖେଳ, ସର୍ଟଫୁଟ ଥ୍ରୋ, ଜାଭେଲିନ ଥ୍ରୋ, ଆଳୁ ଚାମଚ, ଦୌଡ, ଉଚ୍ଚ ଡିଆଁ, ଗଣିତ ରେସ ଆଦି ଅନୁଷ୍ଠିତ ହୋଇଥିଲା । ପ୍ରଥମ ଦିମସରେ ଛାତ୍ର ସାଇରାମ ବରାଳ ତିନୋଟି ଖେଳରେ ପ୍ରଥମ ସ୍ଥାନ ହାସଲ କରିବା ସହିତ ଉଚ୍ଚମାନର ଖେଳ ପ୍ରଦର୍ଶନ କରିଥିଲେ । ଏହି ଖେଳରେ ଶିକ୍ଷକ ସୂର୍ଯ୍ୟପ୍ରକାଶ ସେଠୀ, ସିଆରସିସି ନିହାର ରଞ୍ଜନ ସ୍ୱାଇଁ, ତପନ କୁମାର ନାୟକ, ଟାଟା ଅସପେୟାରର ଶିକ୍ଷୟତ୍ରୀ ବିନୋଦିନୀ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।


