ଶତ୍ରୁ ବଢନ୍ତି
ଦିପ୍ତିମୟୀ ନାୟକ
ପ୍ରତ୍ୟେକ ଜାଗାରେ ଶତ୍ରୁ ବଢନ୍ତି | ଦ୍ଵନ୍ଦ ପ୍ରତିଦ୍ବନ୍ଦୀ ଚେହେରା ଭିତରେ ନିରୀହ ଚେହେରା ଆଗ ଶତ୍ରୁ ବନନ୍ତି | ବେଳେବେଳେ ଏ ମଣିଷ ଯାହାକୁ ନିଜର କୁହେ ଆଉ ଜଣେ ତା ସ୍ୱାର୍ଥରେ ବନ୍ଧା ଥାଏ | ସେଥିପାଇଁ କପଟୀ ଜାଲରେ ନିଷ୍ପାପ ମଣିଷଟା ପ୍ରତି ମୁହୂର୍ତ୍ତରେ ଖାଲି ଦହଗଞ୍ଜ ହେଉଥାଏ | କେତେବେଳେ ନିଜ ଜୀବନ ଜୀବିକାକୁ ହରାଇବାକୁ ବାରମ୍ବାର ସତ ଚେଷ୍ଟା କରୁଥାଏ ତ ଆଉ କେତେବେଳେ ନିଜ ସ୍ୱପ୍ନକୁ ଜାଳି ସେହି ଶତ୍ରୁ ମାନଙ୍କ କବଳରୁ ମୁକୁଳିବା ପାଇଁ ଅନେକ ଚେଷ୍ଟା କରୁଥାଏ |
ବେଳେବେଳେ ସେ ସେହିମାନଙ୍କ ପାଇଁ ନିଜ ଭାଗ୍ୟକୁ ନିନ୍ଦି କର୍ମ ଉପରେ ଧିକାର ଦେଉଥାଏ କିନ୍ତୁ କର୍ମ କେବେ ଧୋକା ଦିଏନା କି ନିଜ ବୁଦ୍ଧି ବିବେକ ଆଗରେ ମଣିଷ କେବେ ହାର୍ ମାନେନା ବାସ୍ ଆତ୍ମାକୁ ଶାନ୍ତି ମନକୁ ସ୍ଥିର କରିବାର ସ୍ଥିତି ହିଁ ମଣିଷକୁ ତା ପଥ ବାଛିବାକୁ ସମୟ ନେଇଯାଏ | କିନ୍ତୁ ମଣିଷ ସେତେବେଳେ ବିଜୟ ଲାଭ କରେ ଯେତେବେଳେ ସେ ସେହି ଶତ୍ରୁଙ୍କ ଆଗରେ ନିଜ ବିଜୟ ଧ୍ବଜା ଉଡାଉଥାଏ | ଅବଶ୍ୟ କେହି କେହି ପରିହାସ କରିବେ କିନ୍ତୁ ପରିହାସକୁ ଖାତିର ନ କରି ଆଗକୁ ବଢିବାକୁ ହେବ ସେହିମାନଙ୍କୁ ସେହିଠି ସାବଡ଼ କରି ନିଜ ଲକ୍ଷ୍ୟ ବାଛିବାକୁ ହେବ ଆଉ ଯେବେ ଅତିରୁ ଇତି ହେବ ସେତେବେଳେ ନିଜକୁ ନିଜେ ଅଭୟ ଦାୟିନୀ ଦେବୀ ଦୁର୍ଗା ହୋଇ ସବୁ ସମସ୍ୟାର ସମାଧାନ କରିବାକୁ ହେବ | ଯୁଗେ ଯୁଗେ ଏହା ହିଁ ସତ୍ୟ ଧର୍ମର ଜୟ ଅଧର୍ମର ବିନାଶ ହୋଇଥାଏ | ସେଥିପାଇଁ ମଣିଷ କେବେବି ଧର୍ଯ୍ୟହରା ହେବା କଥା ନୁହେଁ | କିନ୍ତୁ ମଣିଷ ଧର୍ଯ୍ୟହରା | ଆଉ ଏହି ଧର୍ଯ୍ୟହରା ବୁଦ୍ଧି ପାଇଁ ସେ ଅନେକ ସମୟରେ ଅନେକ ଭୁଲ ନିଷ୍ପତି ନେଇଥାଏ | କିନ୍ତୁ ଏ ଭୁଲ ନିଷ୍ପତି ଏମାନେ ନିଅନ୍ତି ବୋଲି ପ୍ରତ୍ୟେକ ଜାଗାରେ ଶତ୍ରୁ ଲାଗି ରୁହନ୍ତି | ଆମେ ବେଳେବେଳେ କହୁ ଏ ସ୍ଥାନ ଆମ ପାଇଁ ଉଚିତ ସ୍ଥାନ ନୁହେଁ କିନ୍ତୁ କାହିଁକି ଉଚିତ ସ୍ଥାନକୁ ଧୁଳିଆ ଜନ୍ଦା ରୂପୀ ମଣିଷ ନଷ୍ଟ କରନ୍ତି | ଆଉ ଏହି ଧୁଳିଆ ଜନ୍ଦା ସଂଖ୍ୟା ସେବେ କମିବ ମଣିଷ ଯେବେ ଲକ୍ଷ୍ମଣ ରେଖା ରୂପକ ଖଡ଼ି ସାଜିବ | ହୁଏତ ସେ ଜନ୍ଦା ଗାର ଦେଖିବ କିନ୍ତୁ ସେ ନିଜ ଅନ୍ତମ ଦିନକୁ ବି ଜାଣି ପାରିବ |
ତେବେ ସଚେତନ ନାଗରିକ ସଚେତନ ରୁହ ଶତ୍ରୁ କବଳରୁ କେବେ ମୁକୁଳିବାକୁ ଚେଷ୍ଟା କରନି ବରଂ ତମକୁ ଯିଏ କନ୍ଦାଇବ ତମେବି ତାକୁ କନ୍ଦାଇବ ହୁଏତ ସେମାନେ ବୁଝନ୍ତୁ ହୃଦୟର ଆଘାତ କେତେ ଯନ୍ତ୍ରଣା ଦାୟକ | ଆଉ ଯଦି ତମେ କିଛି ଶିକ୍ଷା ଦେବନି ତେବେ ଅନେକ ଲୋକଙ୍କୁ ଏମିତି ଧୁଳିଆ ଜନ୍ଦା ରୂପକ ମଣିଷ କାମୁଡ଼ିବାକୁ ଗୋଡ଼ାଇବେ |
ଯୁବ ସାମ୍ବାଦିକା
ଦିପ୍ତିମୟୀ ନାୟକ
9090661586
ଅନ୍ଧାରୁଆ, ଭୁବନେଶ୍ୱର