ଗଜପତି ଜିଲ୍ଲା ମତ୍ସ୍ୟ ବିଭାଗ ଦ୍ଵାରା ନିର୍ମିତ ମତ୍ସ୍ୟ ଅବତରଣ କେନ୍ଦ୍ର ଉଦ୍ଘାଟିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ମୋହନା ଅନ୍ତର୍ଗତ ହରଭଙ୍ଗୀ ଜଳଭଣ୍ଡାରରେ ନିର୍ଭର କରୁଥିବା ହରଭଙ୍ଗୀ ଆଦିବାସି ପ୍ରାଥମିକ ସମବାୟ ସମିତିର ସଭ୍ୟମାନଙ୍କ ନିମନ୍ତେ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ଵାରା ନିର୍ମିତ ଅବତରଣ କେନ୍ଦ୍ରକୁ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଦ୍ଵାରା ଶୁଭ ଉଦ୍ଘାଟନ ହୋଇଯାଇଛି। ତା ସଙ୍ଗେ ସଙ୍ଗେ ହରଭଙ୍ଗୀ ଜଳଭଣ୍ଡାରେ ଉନ୍ନତ ମାନର ଆଙ୍ଗୁଳିକା ଯାଆଁଳ ମାଛ ଛଡ଼ାଗଲା । ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁରେଶ ଚନ୍ଦ୍ର ବେହେରା, ମତ୍ସ୍ୟ ଉପ ନିର୍ଦ୍ଦେଶକ, ଶ୍ରୀମତୀ ଲିସା ବେହେରା, ଜିଲ୍ଲା ମତ୍ସ୍ୟ ଅଧିକାରୀ, ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ହଳଧର ଶବର ଓ ହରଭଙ୍ଗୀ PFCS ର ବହୁ ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ