ସ୍ବତନ୍ତ୍ର କିଶୋର ନ୍ୟାୟ ପୋଲିସ୍ ୟୁନିଟର ଦାୟିତ୍ବ ଓ ଭୂମିକା ଉପରେ କର୍ମଶାଳା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରାଯୁକ୍ତ ରାଜ କିଶୋର ଦାଶ ଙ୍କ ଅଧ୍ୟକ୍ଷତା ରେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ପାରଳାଖେମୁଣ୍ଡି ଠାରେ ସ୍ବତନ୍ତ୍ର କିଶୋର ନ୍ୟାୟ ପୋଲିସ୍ ୟୁନିଟ୍ ର ଦାୟିତ୍ବ ଓ ଭୂମିକା ଉପରେ ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନ୍ୟତମ ଅତିଥି ଭାବରେ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ମହାପାତ୍ର, ଅଧ୍ୟକ୍ଷ, ଶିଶୁ ମଙ୍ଗଳ ସମିତି, ସାଧନ ବ୍ୟକ୍ତି ଭାବରେ ଶ୍ରୀଯୁକ୍ତ ସୁବାଶ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସର୍ବପ୍ରଥମେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରକାଶ କରିଥିଲେ ଯେ ଯେଉଁ ଶିଶୁ ମାନେ ଆଇନ ସହ ଦ୍ବନ୍ଦରେ ଅଛନ୍ତି ସେମାନଙ୍କୁ ଭଲ ବ୍ୟବହାର ପ୍ରଦାନ କରିବା ସହ ପ୍ରଥମେ ଶିଶୁକୁ ସରଳ ବୋଲି ମନରେ ରଖି ତାଙ୍କର କୌଣସି ଦୋଷକୁ ଜାଣି ମଧ୍ୟ ଶିଶୁଙ୍କୁ କଠୋର ବାକ୍ୟ ବ୍ୟବହାର ନକରିବା ପାଇଁ ଅନୁରୋଧ କରିବା ସହିତ ଶିଶୁର ବ୍ୟବହାରରେ ସୁଧାର ଆଣିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହାପରେ ଶ୍ରୀଯୁକ୍ତ ସୁବାଶ ଚନ୍ଦ୍ର ଦାସ, ପୂର୍ବତନ ମୁଖ୍ୟ ନ୍ୟାୟଧୀଶ ତଥା ପୂର୍ବତନ ଶିଶୁକଲ୍ୟାଣ ସମିତି, ଗଞ୍ଜାମର ଅଧ୍ୟକ୍ଷ ପ୍ରଶିକ୍ଷକ ଭାବେ ଯୋଗଦେଇ ପୋକ୍ସୋ ଆଇନ, ବାଲ୍ୟବିବାହ, କିଶୋର ନ୍ୟାୟ, ଆଇନ ସହ ଦ୍ବନ୍ଦ ରେ ଥିବା ଶିଶୁମାନଙ୍କ ଉପରେ ପୋଲିସର ଦାୟିତ୍ବ ଓ ଭୂମିକା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋକପାତ କରିଥିଲେ। ସେହିପରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଯୋଗଦେଇ ପିତୃମାତୃହୀନ ଶିଶୁଙ୍କ ପାଇଁ ସରକାରଙ୍କ ତରଫରୁ ଥିବା ବିଭିନ୍ନ ଯୋଜନା ଯଥା ଷ୍ପୋନସରସିପ, ଆଫ୍ଟେର କେୟାର, ଫୋଷ୍ଟର କେୟାର, ବିଜୁ ଶିଶୁ ସୁରକ୍ଷା ଯୋଜନା, ବିଜୁ କନ୍ୟା ରତ୍ନ ଯୋଜନା, ବେଟି ବଚାଅ ବେଟି ପଢ଼ାଅ, ଖୋୟାପାୟା ଭଳି ବିଭିନ୍ନ ଯୋଜନା ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ଏହାପରେ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ସଂକ୍ଷିପ୍ତ ଭାବରେ ଭିଡିଓ ମାଧ୍ୟମରେ ଆମ ଜିଲ୍ଲାରୁ ଅନ୍ୟ ଜିଲ୍ଲା, ରାଜ୍ୟ ଓ ବିଦେଶକୁ ପୋଷ୍ୟ ସନ୍ତାନ ଭାବରେ ଯାଇଥିବା ଶିଶୁ ଓ ପିତାମାତାଙ୍କ ତଥ୍ୟ ଉପସ୍ଥାପନ କରିଥିଲେ ଏବଂ ବର୍ତ୍ତମାନ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ଅବସ୍ଥାନ କରୁଥିବା ଶିଶୁ ମାନଙ୍କ ବିଷୟରେ ସୂଚନା ପ୍ରଦାନ କରିବା ସହ ଜିଲ୍ଲାରୁ ପୋଷ୍ୟ ଭାବେ ଯାଇଥିବା 50 ଜଣ ଶିଶୁଙ୍କ ପାରିବାରିକ ଫଟୋ ଦର୍ଶାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ 7ଟି ଥାନାର ଅଧିକାରୀ, ଶିଶୁ ମଙ୍ଗଳ ଅଧିକାରୀ, ଶିଶୁ ମଙ୍ଗଳ ସମିତିର ସଭ୍ୟ/ସଭ୍ୟା, କିଶୋର ନ୍ୟାୟ ପରିଷଦର ସଭ୍ୟ/ସଭ୍ୟା, ଉତ୍କଳ ବାଳାଶ୍ରମ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର୍ରର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ କର୍ମକର୍ତ୍ତା ସୂଚାରୁ ରୂପେ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ