ମେଧାବୃତ୍ତି ବାଣ୍ଟିଲା ଟ୍ରଷ୍ଟ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୃଷ୍ଠପୋଷକ ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସ ଉପସ୍ଥିତ ରହିବା ସହ ପିଲାମାନଙ୍କୁ ଉଦବୋଧନ ଦେବା ସହ ଶିକ୍ଷାବୃତ୍ତି ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ଡଃ. ଦାସ ପିଲାମାନଙ୍କୁ ଆମେରିକାର ଶିକ୍ଷା ବ୍ୟବସ୍ଥା ଉପରେ ଅଭିଭାଷଣ ପ୍ରଦାନ କରି ଆଗକୁ ବଢିବା ପାଇଁ ଦିଗଦର୍ଶନ ଦେଇଥିଲେ । ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମୀତା ପରିଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ଶିକ୍ଷକ ବିରବର ସେନାପତି ସ୍ୱାଗତ ଭାଷଣ ଓ ଶିକ୍ଷୟିତ୍ରୀ ଶର୍ମିଳା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ଭାଗ୍ୟଲକ୍ଷ୍ମୀ କର ଓ ପ୍ରିୟମ୍ବଦା ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।