ରାଜ୍ୟ ସରକାରଙ୍କ ଓଡିଶା ରାଜସ୍ୱ ଅମଲା ସଙ୍ଘକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଓଡିଶା ରାଜସ୍ୱ ଅମଲା ସଙ୍ଘର ବହୁ ପତିକ୍ଷୀତ ଦାବିକୁ ପୁରଣ କରି ରାଜ୍ୟ ସରକାର ସେମାନଙ୍କୁ ସ୍ୱତନ୍ତ୍ର ପ୍ୟାହ୍ୟା ପ୍ରଦାନ କରିଛନ୍ତି । ଏ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡିଶା ରାଜସ୍ୱ ଅମଲା ସଙ୍ଘର ପ୍ରତ୍ୟେକ ସଦସ୍ୟଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି । ଏହି ଦିବସକୁ ସେମାନେ ଐତିହାସିକ ଓ ସ୍ମରଣୀୟ ଦିବସ ବୋଲି ବିବେଚନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ, ରାଜସ୍ୱ ଅମଲା ସଙ୍ଘର ମାର୍ଗଦର୍ଶକ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ପ୍ରମୁଖଙ୍କୁ କୃତ ଜ୍ଞତା ଅର୍ପଣ କରିଛନ୍ତି । ପ୍ରତ୍ୟେକ ରାଜସ୍ୱ ଅମଲାମାନଙ୍କ କଠିନ ପରିଶ୍ରମ ଓ ଧର୍ଯ୍ୟ ଦ୍ୱାରା ଏହା ସମ୍ଭବ ହେଲା ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ଅମଲା ସଙ୍ଘର ରାଜ୍ୟ ଉପସଭାପତି ଶୈଳେନ୍ଦ୍ର ନାରାୟଣ ପ୍ରଧାନ, ଜିଲ୍ଲା ସଭାପତି ସୁକାନ୍ତ କୁମାର ଜେନା, ସମ୍ପାଦକ ବିଭୁତି ଭୂଷଣ ବେହେରା, କାର୍ଯ୍ୟକାରୀ ସଭାପତି ରାଜେଶ ମହାନ୍ତି, ପୂର୍ବତନ ଉପଦେଷ୍ଟା ଦୀନବନ୍ଧୁ ରଥ, ଉପଦେଷ୍ଟା ଦିବାକର ମହାନ୍ତି, ପ୍ରଦିପ କୁମାର ଦାଶ, ଡମ୍ବରୁଧର ବେହେରା ପ୍ରମୂଖ ଜିଲ୍ଲାର ଶତାଧିକ ଅମଲା ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ