ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଉଦଘାଟିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ନରେନ୍ଦ୍ରପୁର ସ୍ଥିତ କ୍ଷେତ୍ରମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ- ଓ ଅଧୀନରେ ଆୟୋଜିତ ଓଡ଼ିଆ ଭାଷା-ସାହିତ୍ୟ ତଥା ଜଗନ୍ନାଥ ସଂସ୍କୃତି ସମ୍ବଳିତ ବିଭିନ୍ନ ପ୍ରତିଯୋଗିତା କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।କଲେଜ ଅଧ୍ୟକ୍ଷ ଡ.ପ୍ରଫୁଲ୍ଲ କୁମାର ପାଳ କାର୍ଯ୍ୟକ୍ରମକୁ ଉଦଘାଟନ କରି ରାଜ୍ଯ ସରକାରଙ୍କ ମହତ୍ବପୂର୍ଣ୍ଣ ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ ।ଏହି କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ.ହୃଷୀକେଶ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ଯ ପରାମର୍ଶ ଦାତା ଡ.ସତୀଶ ପ୍ରସାଦ ନାୟକ, ଅଧ୍ୟାପକ ବିଜୟ କୁମାର ଖଟେଇ, ବାବୁଲା କୁମାର ନାୟକ,ରାଜୁ ନାହାକ, ଅଧ୍ୟାପିକା ମଧୁସ୍ମିତା ପ୍ରଧାନ ,ସଂଗୀତା ସ୍ବାଇଁ,ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାପାଇ ପ୍ରେରଣା ଦେଇଥିଲେ । ପ୍ରଥମ ଦିବସରେ ଛାତ୍ରଛାତ୍ରୀଙ୍କ ମଧ୍ଯରେ କୁଇଜ୍,ହସ୍ତାକ୍ଷର ଲିଖନ ଓ ସର୍ଜନାତ୍ମକ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଆଗାମୀ ଦିନ ମାନଙ୍କରେ ସ୍ଵତନ୍ତ୍ର ନିମନ୍ତ୍ରିତ ଅତିଥିମାନଙ୍କ ମାଧ୍ୟମରେ ଅନ୍ଯାନ୍ଯ ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୨ ତାରିଖରେ ଆୟୋଜିତ ହେବାକୁଥିବା ଉଦ୍ ଯାପନୀ ସମାରୋହରେ ସମ୍ବର୍ଦ୍ଧିତ କରାଯିବ ବୋଲି କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ.ହୃଷୀକେଶ ପଣ୍ଡାଙ୍କ ସୂତ୍ରରୁ ପ୍ରକାଶ ।ଉଦଘାଟନୀ ସମାରୋହରେ ବିଶିଷ୍ଟ କବି ବିପିନ ନାୟକ ,ଆଞ୍ଚଳିକ ମାଧ୍ୟମିକ ଶିକ୍ଷା ନିର୍ଦେଶକ ଡ.ସୁଶାନ୍ତ ଦାସ ଏବଂ ସକାଳ ଖବରକାଗଜର ବ୍ରହ୍ମପୁର ମୁଖ୍ଯ ଶକ୍ତିଧର ରାଜଗୁରୁ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ।