୫ଘଣ୍ଟା ଓ ୫ କିଲୋ ମାଟିରେ ମର୍ଯ୍ୟାଦା ପୁରୁଷୋତ୍ତମ ଭାସ୍କର୍ଯ୍ୟ କଳାରେ ରାମଲଲା
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱର ସ୍ଥିତ ଭରତପୁର ସାଇରାମ ନଗରର ଭାସ୍କର୍ଯ୍ୟ ଶିଳ୍ପୀ ଜୟଦ୍ରଥ ମଣ୍ଡଳ ଶ୍ରଦ୍ଧା ଓ ଭକ୍ତିର ସହ ମାଟିରେ ରାମଲଲାଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣ କରିଛନ୍ତି । ୨୦ ଇଞ୍ଚ ଲମ୍ବ ଓ ୧୨ ଇଞ୍ଚ ପ୍ରଶସ୍ତ ବିଶିଷ୍ଟ ଏହି ମୂର୍ତ୍ତି ନିର୍ମାଣ ଲାଗି ସେ ୫କିଲୋ ମାଟି ବ୍ୟବହାର କରିଛନ୍ତି । ଏହି ଅନନ୍ୟ କୃତି ଲାଗି ଜୟଦ୍ରଥଙ୍କୁ ୫ ଘଣ୍ଟା ସମୟ ଲାଗିଥିଲା । ଏହା ପୂର୍ବରୁ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ମାଟିରେ ପ୍ରତିମା ନିର୍ମାଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ । ସେ ଧଉଳି ଚାରୁକଳା ମହାବିଦ୍ୟାଳୟରେ ସ୍ନାତକ ପାସ୍ କରି ଏବେ ଛତିଶଗଡ଼ ରାଜ୍ୟରେ ଥିବା ଇନ୍ଦିରା କଳା ସଙ୍ଗୀତ ବିଶ୍ୱ ବିଦ୍ୟାଳୟରେ ଭାସ୍କର୍ଯ୍ୟ କଳାରେ ପି.ଜି. କରୁଥିବାର ଜଣାପଡିଛି ।