ସାନଖେମୁଣ୍ଡିରେ ପାଚକ ପାଚିକାଙ୍କୁ ରାଜ୍ୟ ସଭାପତି କମ୍ବଳ ଏବଂ ଶାଢ଼ୀ ବଣ୍ଟନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :ବିଜୁଶ୍ରମିକ ସାମୁଖ୍ୟ ସହବନ୍ଧିତ ନିଖିଳ ଓଡିଶା ମାଧ୍ୟାନ୍ନ ଭୋଜନ ପାଚକ ପାଚିକା ମହାସଂଘ ଆଜି ସାନଖେମୁଣ୍ଡି ବ୍ଲକର ପାଚକ ପାଚିକା ଙ୍କୁ ନେଇ ଆଜି ବୁଦ୍ଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ସଭାନେତ୍ରୀ ଗାୟତ୍ରୀ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଜୁଶ୍ରମିକ ସାମୁଖ୍ୟ ରାଜ୍ୟ ମୁଖ୍ୟ ସଂଯୋଜକ ତଥା ରାଜ୍ୟ ପାଚକ ପାଚିକା ସଂଘର ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଚିକା “ମା” ମାନଙ୍କ ସର୍ବନିମ୍ନ ଆବଶ୍ୟକତା ଯଥା ନିଯୁକ୍ତି ଏବଂ ପରିଚୟ ପତ୍ର, ସର୍ବନିମ୍ନ ମଜୁରୀ ଦୈନିକ ୩୫୫/- ଟଙ୍କା ଏବଂ ସରକାରୀ ସ୍ୱୀକୃତି ଭଳି ବହୁ ଗୁରୁତ୍ୱପୁର୍ଣ ଦାବି ହାସଲ ପାଇଁ ପ୍ରସ୍ତାବ ଗୁହିତ ହୋଇଥିଲା। ଶିକ୍ଷାକ୍ଷେତ୍ରରେ ଖୁବ୍ କମ ପାରିଶ୍ରମିକରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କାମ କରି ଆସୁଥିବା “ମା “ମାନଙ୍କୁ ଉଛର୍ଗୀକୃତ ସେବା ପାଇଁ କୃତଜ୍ଞତା ଜଣେଇବା ସଙ୍ଗେ ସଙ୍ଗେ କେନ୍ଦ୍ର ସରକାର ମା ମାନଙ୍କ ବକେୟା ରଖିଥିବା ୩୦୦୦୦/- ଉର୍ଦ୍ଧ ଟଙ୍କା ପୈଠ କରିବାପାଇଁ ଦାବି କରିଛନ୍ତି । ଗଞ୍ଜାମ ବିକାଶ ମଞ୍ଚ ଆନୁକୂଲ୍ୟରେ ୧୨୦ ଜଣ ଗରିବ “ମା”ଙ୍କୁ କମ୍ବଳ ବଣ୍ଟନ ସହ ରାଜ୍ୟ ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ ସମସ୍ତଙ୍କୁ ଶାଢ଼ୀ ପ୍ରଦାନ କରିଥିଲେ । ଆଜିର ସଭାରେ ସଂଘର କର୍ମକର୍ତା ଉପଦେଷ୍ଠା ରୀନା ପ୍ରଧାନ, ସମ୍ପାଦିକା ସୁମତି ପାଣିଗ୍ରାହୀ,ଯୋଗ ଦେଇଥିବା ବେଳେ ଉପସଭାନେତ୍ରୀ ମମି ପ୍ରଧାନ, ଦିଗପହଣ୍ଡି ବ୍ଲକ ସଭାନେତ୍ରୀ ସରସ୍ବତୀ ବିଷୋୟୀ ସମ୍ପାଦିକା ମମତା ପଣ୍ଡା, ଉପସଭାନେତ୍ରୀ ଭାଗ୍ୟଳତା ସାହୁ, ସହସମ୍ପାଦିକା ମଞ୍ଜୁ ଗୌଡ଼ଙ୍କ ସମେତ ୫୦୦ରୁ ଉର୍ଦ୍ଧ ପାଚିକା “ମା” ମାନେ ଉପସ୍ଥିତ ଥିଲେ।


