ରାଜ୍ୟ ଆଇନଜୀବୀ ପରିଷଦର ଅର୍ଥ ବିଭାଗକୁ ନିର୍ବାଚିତ ହେଲେ ପୀତବାସ ପଣ୍ଡା

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନରେ ସର୍ବାଧିକ ଭୋଟ୍ ପାଇ ଓଡ଼ିଶାରେ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ବ୍ରହ୍ମପୁର ସହରର ସୁନାମଧନ୍ୟ ଆଇନଜୀବୀ ତଥା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ମୁଖପାତ୍ର ଶ୍ରୀ ପୀତବାସ ପଣ୍ଡା ଚଳିତ ରାଜ୍ୟ ଆଇନଜୀବୀ ପରିଷଦର ଅର୍ଥ ବିଭାଗ ,ଆଇନ ସଂସ୍କାର ଓ ପାଠାଗାର ପ୍ରଭୃତି ତିନୋଟି କମିଟିକୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ରାଜ୍ୟ ଆଇନଜୀବି ପରିଷଦର ଉପାଧ୍ୟକ୍ଷ ନିର୍ବାଚନ ରେ ପ୍ରତିଦ୍ୱନ୍ଦିତା କରି ଗୋଟିଏ ଭୋଟ୍ ରେ ପରାଜୟ ହୋଇଥିବା ଶ୍ରୀ ପଣ୍ଡା କହିଛନ୍ତି ବିଜୟ ପରାଜୟ ଏକ ସାମୟୀକ କଥା । ଗଞ୍ଜାମ ଜିଲ୍ଲାର ଓକିଲ ଓ ସାଧାରଣ ଲୋକ ଙ୍କ ର ସ୍ୱର ହୋଇ ରହିବି ଓ ରହିଛି । ରାଜ୍ୟ ଆଇନଜୀବି ପରିଷଦ ର ସ୍ୱଚ୍ଛତା ଓ ସଂସ୍କାର ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ