ବାଳିକା ଦିବସ ଅବସରରେ ଶୋଭାଯାତ୍ରା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ଜାତୀୟ ବାଳିକା ଦିବସ ଅବସରରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ସମଗ୍ରଶିକ୍ଷା ଗଞ୍ଜାମ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ କୋରେଶ ସେଠୀ ସବୁଜ ପତାକା ଦେଖାଇ ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ।ବିଭିନ୍ନ ସଚେତନତା ଧର୍ମି ସ୍ଲୋଗାନ ସହକାରେ ବହୁ ସଂଖ୍ୟକ ଛାତ୍ରୀ ନଗର ପରିକ୍ରମା କରିଥିଲେ।କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ବିଷ୍ଣୁପ୍ରିୟା ପାଣିଗ୍ରାହୀ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବାଳା ମାଝୀ, ରସାନନ୍ଦ ଘଡେ଼ଇ , ବିଶ୍ରବା ପାଇକ, ସିଡିପିଓ ପୁଷ୍ପାଞ୍ଜଳି ଶତପଥୀ ଏବଂ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ ପ୍ରଧାନ, ସିଆରସିସି ଅନିଲ କୁମାର ଦାସ ଙ୍କ ସମେତ ଅନ୍ୟ ସମସ୍ତ ସିଆରସିସି ବୃନ୍ଦ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବାଳିକା ଶିକ୍ଷା ,ବାଲ୍ୟବିବାହ ବନ୍ଦ,ଏବଂ ସମସ୍ତ ବାଳିକା କନ୍ୟାଙ୍କୁ ସୁରକ୍ଷା ପ୍ରଦାନ ନେଇ ଉପସ୍ଥିତ ବାଳିକା ମାନଙ୍କୁ ସଚେତନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମ ରେ ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାକୁ ଉପେନ୍ଦ୍ର ପଣ୍ଡା , ଦେବବ୍ରତ ଆର୍ଯ୍ୟ,ବାବୁଲାଲ ନାୟକ,ବଳରାମ ବେହେରା , ବାସୁଦେବ ବେହେରା, ସୁବ୍ରତ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ।ପ୍ରତିଯୋଗିତା ର କୃତି ଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଶିକ୍ଷକ ରାଜେନ୍ଦ୍ର କୁମାର ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।