ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲା ମହାନଳା ଉ ପ୍ରା ବିଦ୍ୟାଳୟ ଶୋଭାଯାତ୍ରାରେ ଗ୍ରାମବାସୀ ଦେଲେ ସମ୍ବର୍ଦ୍ଧନା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସାନଖେମୁଣ୍ଡି ବ୍ଲକର ମହାନଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛି । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ ଶିକ୍ଷାମନ୍ତ୍ରୀ ସୁଦାମ ମାରାଣ୍ଡି ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ଵିନୀ ଏସ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଧାନ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ସେଭଳି ସାନଖେମୁଣ୍ଡିର ଭାଲିଆଝୋଳା ରତ୍ନମାଳାପୁର ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ବେଳେ ଖଲିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆଲୁମିନି ପୁରସ୍କାର ଓ ଗୌତମୀ କୁ ଗ୍ରାମ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି । ଆଜି ଶିକ୍ଷା ପୁରସ୍କାର ମିଳିବା ପରେ ମହାନଳା ଓ ଭାଲିଆଝୋଳା ଗ୍ରାମବାସୀଙ୍କ ପକ୍ଷରୁ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଶିକ୍ଷା ପୁରସ୍କାର ପଦକ ଓ ମାନପତ୍ର ସହ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ପରିଚାଳନା ସମିତି ପକ୍ଷରୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ। ଭାଲିଆଝୋଳା ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ନାୟକ ଓ ଶିକ୍ଷୟତ୍ରୀ ମାନଙ୍କୁ ଓ ମହାନଳାରେ ଗ୍ରାମବାସୀଙ୍କ ପକ୍ଷରୁ ଟ୍ରଫି ଓ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।ପରିଚାଳନା ସଭାପତି ବିନାୟକ ଦାଶ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ବିନିତା କୁମାରୀ ମିଶ୍ର ରିତାଞ୍ଜଳି ରଥ ସାଧନକେନ୍ଦ୍ର ସଂଯୋଜକ ଅଶୋକ କୁମାର ମଲିକ ପ୍ରଧାନ ଶିକ୍ଷକ ବାବୁଲା କୁମାର ସାହୁ ଶିକ୍ଷକ ବିଦେଶୀ ସାହୁ ଟୁକୁନା ଜେନା ପ୍ରମୋଦ ବାଡ଼ତ୍ୟା ଗଣେଶ ଦଳେଇ ଦିଲୀପ ସ୍ଵାଇଁ ଶିକ୍ଷୟତ୍ରୀ ଜି କବିତା ରୂପାଲି ସେଠି ସନ୍ଧ୍ୟାରାଣୀ ଦୋରା ନମିତା ମଲ୍ଲ ପ୍ରମୁଖଙ୍କୁ ବ୍ଲକ୍ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଅଭିନନ୍ଦନ ଜଣାଇଥିଲେ।