ଫାଶି ଛାନିଆରେ କଏଦୀ ମୃତ

ଭୁବନେଶ୍ୱର: ସାଥୀ ବନ୍ଦୀର ଫାଶି ଦଣ୍ଡାଦେଶ ଶୁଣି ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜେଲରେ ବିଚାରାଧୀନ ବନ୍ଦୀ ତୁରୀ ମୁଣ୍ଡାର ହୃଦଘାତରେ ମୃତ୍ୟୁ ହୋଇଛି । ନାବାଳିକା ଦୁଷ୍କର୍ମ ମାମଲାରେ ଗୁରୁବାର ଜଣକୁ ଫାଶି ଦଣ୍ଡାଦେଶ ହୋଇଥିଲା । କେନ୍ଦୁଝର ଜେଲରେ ବନ୍ଦୀ ଥିବା ସୁନୀଲ ନାଙ୍କୁ ଫାଶି ଦଣ୍ଡାଦେଶ ମିଳିଥିଲା । ତୁରୀ ମୁଣ୍ଡା ମଧ୍ୟ ନାବାଳିକା ଦୁଷ୍କର୍ମ ମାମଲାରେ ଜେଲରେ ରହିଥିଲା । ସୁନୀଲ ଭଳି ତାକୁ ବି ଫାଶି ହୋଇଯିବ ଭାବି ତୁରୀର ହୃଦଘାତ ହୋଇଥିଲା । ପ୍ରକାଶ ଯେ, କେନ୍ଦୁଝର ଜିଲ୍ଲାରେ ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ଏଡିଜେ ଦୋଷୀ ସୁନୀଲ ନାଏକକୁ ଫାଶି ଦଣ୍ଡାଦେଶ ଦେଇଥିଲେ । ପୋକ୍ସୋ ଆଇନ ଆଧାରରେ ଦୋଷୀ ସୁନୀଲ ନାଏକଙ୍କୁ ଫାଶି ଦଣ୍ଡାଦେଶ ଦିଆଯାଇଥିଲା । ୨୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଏହି ଦଣ୍ଡାଦେଶ ଦିଆଯାଇଥିଲା । ଗତ ୨୦୧୭ରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅଞ୍ଚଳରେ ଜଣେ ୩ ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ