ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ମଦମାଫିଆ ଙ୍କୁ ଚେତାବନୀ ଦେଲେ ମହିଳା
ହାଟଡ଼ିହି, (ବିକାଶ ବିଶ୍ୱାଳ):ମହିଳାଙ୍କ ମଦ ବିରୋଧୀ ଆନ୍ଦୋଳନ, ମଦମାଫିଆ ଙ୍କୁ ଚେତାବନୀ ଦେଲେ ମହିଳା। ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ନନ୍ଦିପଦା ଥାନା ଅଧିନସ୍ଥ ଆମ୍ବୋ ଗ୍ରାମରେ। ରେ ୪ଶହରୁ ଉର୍ଦ୍ଧ ପରିବାର ବାସ କରୁଥିବା ବେଳେ ଲୋକମାନେ ଅତିଷ୍ଠ ହୋଇ ପଡିଲେଣି। ଗ୍ରାମରେ ଏବେ କିଛି ମଦ ମାଫିଆ ଖୁଲାମ ଖୁଲା ଦୋକାନ ରେ ମଦ ରଖି ବିକ୍ରି କରୁଛନ୍ତି। ଫଳରେ ମଦ ବିକ୍ରି ଯୋଗୁଁ ଗାଁରେ ଅଶାନ୍ତି ସୃଷ୍ଟି ହେଉଛି । ଗାଁର ଯୁବକ ମାନେ ଏହି ମଦକୁ ପିଇ ବିପଥଗାମୀ ହେଉଛନ୍ତି। ମହିଳା ମାନେ ରାସ୍ତାରେ ଯିବା ଆସିବା ବେଳେ ଯୁବକ ମାନେ ମଦ ପିଇ ଗାଳି ଗୁଳଜ କରୁଛନ୍ତି। ଗାଁର ମହିଳା ମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ବାରମ୍ବାର କହିବା ସତ୍ତ୍ୱେ ମଦ ମାଫିଆ ମାନେ ମଧ୍ୟ ଭ୍ରୁକ୍ଷେପ କରୁ ନାହାନ୍ତି। ଏପରିକି ପୁଲିସ ସେମାନଙ୍କୁ ଅନେକବାର ଧରିନେଇ ଛାଡି ଦେଉଛି। ଥାନା ରୁ ଫେରିବା ପରେ ସେମାନେ ଅଧିକ ରୁ ଅଧିକ ମଦ ବିକ୍ରି କରୁଛନ୍ତି। ହାଟଡ଼ିହି ରେ ଅବକାରୀ ଥାନା ଖୋଲିଥିଲେ ବି ଆମ୍ବୋ ଗ୍ରାମରେ ଅବକାରୀ ବିଭାଗର ପାଦ ପଡିନି। ଯାହାକୁ ନେଇ ଅନ୍ନପୂର୍ଣ୍ଣା ପାତ୍ର, ନିରୂପମା ମହାପାତ୍ର, ସଂଯୁକ୍ତା ମହାପାତ୍ର, ବୈଦେହୀ ନାୟକ, ପ୍ରିୟଙ୍କା ସାମଲ, ରଂଜିତା ପାତ୍ର, ବାସନ୍ତୀ ମହାପାତ୍ର, ବନଲତା ମହାପାତ୍ର, ବୀଣାପାଣି ମହାପାତ୍ର, ଛବିରାଣୀ ମହାପାତ୍ର, କାଞ୍ଚନ ଯେନା, ଶଶି ଯେନା, ମାଣିକ ଯେନା, କୁନ୍ତଳା ଯେନା, ସଞ୍ଜୁଲତା ଦାସଙ୍କ ସମେତ ଶତାଧିକ ମହିଳା ମାନେ ଆଜି ଏକତ୍ରିତ ହୋଇ ଏହାର ପ୍ରତିବାଦ କରି ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସହିତ ମଦ ମାଫିଆ ମାନଙ୍କୁ ଚେତାବନୀ ଦେଇଛନ୍ତି। ହାତରେ ଠେଙ୍ଗା ଓ ଛାଞ୍ଚୁଣୀ ଧରି ମଦ ଦୋକାନ କରିଥିବା ଲୋକଙ୍କ ଘରକୁ ଯାଇ ଧମକ ଦେଇଛନ୍ତି। ଏପରିକି ଆମ୍ବୋ ପଞ୍ଚାୟତର ସରପଞ୍ଚ ଅନୁରାଧା ମହାପାତ୍ର ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି।