ବ୍ଳକସ୍ତରୀୟ କୃଷକ ସଂପର୍କ ମେଳା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଦାଣ୍ଡୁଆପଡିଆସ୍ଥିତ ବ୍ଲକ କୃଷି କାର୍ଯ୍ୟାଳୟ ପରିସରରେ ଶୁକ୍ରବାର କୃଷକ ସଂପର୍କ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଳକ କୃଷି ଅଧିକାରୀ ପ୍ରଭାସ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମେଳାରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇ ଚାଷ ଓ ଚାଷୀର ଉନ୍ନତି ହେଲେ ରାଜ୍ୟ ଓ ଦେଶର ଉନ୍ନତି ଘଟିବ । ଚାଷୀ ଓ ଚାଷର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି । କଳିଆ ଯୋଜନା ଠାରୁ ଆରମ୍ଭ କରି ରିହାତି ଦରରେ କୃଷି ଉପକରଣ ଯୋଗାଇବା ସହ ଚାଷୀ ଭାଇମାନଙ୍କ ସୁବିଧା ପାଇଁ ବିଭିନ୍ନ ସମବାୟ ସମିତି ମାଧ୍ୟମରେ ଋଣର ବ୍ୟବସ୍ଥା ମଧ୍ୟ କରିଛନ୍ତି । ଚାଷୀ ଓ ପ୍ରଶାସନିକ ଅଧିକରୀଙ୍କ ମଧ୍ୟରେ ସୁସଂପର୍କ ରହିଲେ ସରକାରଙ୍କ ଦ୍ୱାରା ଚାଷୀ ଭାଇମାନଙ୍କ ପାଇ ଆସୁଥିବା ସମସ୍ତ ସୁବିଧା ସହଜରେ ଜାଣି ହେବ ବୋଲି ବିଧାୟକ ମୁଦୁଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସଂଜୀବ କୁମାର ମୁଦାଲି, ଆତ୍ମା କମିଟିର ଅଧ୍ୟକ୍ଷ ବସନ୍ତ ପାଢୀ, ଏଡିଓ ନବକୃଷ୍ଣ ମହାପାତ୍ର,ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା,ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ମମତା ପରିଡା,ଉପାଧ୍ୟକ୍ଷ ସୁଜିତ ପୁହାଣ ପ୍ରମୁଖ ଯୋଗ ଦେଇ ମେଳା ସଂର୍ପକରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବ୍ଲକ ସହକାରୀ କୃଷି ଅଧିକାରୀ ନିର୍ମାଲ୍ୟ ନାୟକ, କୃଷି ଅଧିକାରୀ ରକେଟ ମାଝୀ, ବିଟିଏମ ଦୀପକ ରଶ୍ମି ଦାସ,ଏଟିଏମ ଅଭିଜତ ସେଠୀ, ପ୍ରିୟଦର୍ଶୀ ଦେବାଶିଷ ଦାସ, ରାଜକିଶୋର ବାରିକ ସମେତ ବିଭିନ୍ନ ପଂଚାୟତ ଚାଷୀମାନେ ଯୋଗ ଦେଇଥିଲେ ।


