ଶାସଙ୍ଗରେ ବିଶ୍ୱଶାନ୍ତି ମହାଯଜ୍ଞର ପୁର୍ଣ୍ଣାହୁତୀ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ଠାରେ ତିନିଦିନ ଧରି ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞର ଆଜି ପୁର୍ଣ୍ଣାହୁତୀ ପ୍ରଦାନ କରାଯାଇଛି । ଗୁରୁବାର ଦିନ ଏହି ଯଜ୍ଞ ପାଇଁ ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବାପରେ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପଣ୍ଡିତ ପଦ୍ମନାଭ ପଣ୍ଡା, ଶଶିକାନ୍ତ ମିଶ୍ର, ବାଇଧର ପାଢ଼ୀ, କୃପାସିନ୍ଧୁ ପାଢ଼ୀଙ୍କ ଦ୍ୱାରା ବୈଦିକ ରିତୀନୀତି ମତେ ପୂଜାର୍ଚ୍ଚନା କରାଯାଇଥିଲା । ତିନିଦିନ ଧରି ଗୀତାଯଜ୍ଞ ଅନୁଷ୍ଠିତ ହେବାସହ ଆଜି ଶିଖରେଶ୍ୱର ମନ୍ଦିରରେ ରୁଦ୍ରାଭିଷେକ କରାଯିବାପରେ ଆଜି ଅପରାହ୍ନରେ ପୁର୍ଣ୍ଣାହୁତୀ ପ୍ରଦାନ କରାଯାଇଥିଲା । ଏଥିରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପୁର୍ବତନ ପିସିସି ସଭାପତି ଜୟଦେବ ଜେନା, ପୁର୍ବତନ ବିଧାୟକ ମାୟାଧର ଜେନା, ହାଟଡିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ପୁର୍ବତନ ପୌରାଧ୍ୟକ୍ଷ ଶାନ୍ତନୁ ସେଠୀ, ଯୁବ ସମାଜସେବୀ ତଥା ଯୁବନେତା ବିଶ୍ୱନାଥ ପ୍ରତାପ ଜେନା, ବରିଷ୍ଠ ବିଜେଡି ନେତା ନାରାୟଣ ଜେନାଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ । ଏହି ଯଜ୍ଞକର୍ମରେ ଗାଁର ଆବାଳବୃଦ୍ଧ ବନିତା ସାମିଲ ହୋଇଥିବାବେଳେ ଆଖପାଖ ଗ୍ରାମର ଅନେକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରି ଘୃତାହୁତୀ ପ୍ରଦାନ କରିଥିଲେ । ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ତିନିଦିନ ଧରି ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା । ତପୋଧନ ସ୍ୱାଇଁ, କୁମୁଦୁନୀ ସାମଲ କର୍ତ୍ତା ଭାବେ ପୂଜାକାର୍ଯ୍ୟରେ ସାମିଲ ହୋଇଥିବା ବେଳେ ଦୁର୍ଯେ୍ୟାଧନ ବିଶ୍ୱାଳ, ବୀରଭଦ୍ର ବିଶ୍ୱାଳ, ପର୍ଶୁରାମ ନାୟକ, କାଠି ପ୍ରଧାନ, ନିତ୍ୟାନନ୍ଦ ପାଢ଼ୀ, ଖଗେଶ୍ୱର ବାରିକ, ସୁବୋଧ ଆୟଚ, ନରହରି କୁଅଁର, ମଧୁସୁଦନ ସୁବୁଦ୍ଧି, ଟିକୁ ଆୟଚ, ଜଗନ୍ନାଥ ବିଶ୍ୱାଳ ସହକର୍ତ୍ତା ଭାବେ ପୂଜାକାର୍ଯ୍ୟ ସମ୍ପାଦାନ କରିଥିଲେ । ସଂସ୍କୃତିକ କାର୍ଯ୍ୟକ୍ରମ ସ୍ୱରୁପ ଭଜନ ସମାରୋହ, ନାମସଂଙ୍କିର୍ତ୍ତନ ଆଦି ଅନୁଷ୍ଠିତ ହୋଇଥିଲା । ଆଜି ଅପରାହ୍ନରେ ଆଡମ୍ବର ସହକାରେ ଗ୍ରାମ ପରିକ୍ରମା କରାଯାଇ କଳଶ ବିଷର୍ଜନ କରାଯାଇଥିଲା । ସମସ୍ତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ