ଅନ୍ଧାରରେ ବିତୁଛି ଜୀବନ

ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଆଦିବାସୀ ଅଂଚଳ ଚାନ୍ଦିପୁଟ ପଞ୍ଚାୟତ ଅନ୍ତର୍ଗତ କଦମଚୁଆ ଗ୍ରାମବାସୀ ଦେଶ ସ୍ୱାଧିନତାର ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ଅନ୍ଧାକାରରେ କାଳ କାଟୁଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ସହ ଆଦିବାସୀ ମାନଙ୍କର ଉନ୍ନତି ନିମନ୍ତେ ସରକାର ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ୭୩ ବର୍ଷ ପରେ ମଧ୍ୟ ଅଂଚଳକୁ ବିଦ୍ୟୁତ୍ ସେବା ଅପହଞ୍ଚ ହେବା ପରିତାପର ବିଷୟ । ଗ୍ରାମରେ ସମୁଦାୟ ୩୫ ପରିବାର ବସବାସ କରିରହୁଥିବା ବେଳେ ଅଧିକାଶଂ ଲୋକ କୁଲି ,ମଜୁରୀ, ଆଦି ଶ୍ରମିକ ଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରୁଛନ୍ତି । ଗ୍ରାମରେ ଆଲୋକର ବ୍ୟବସ୍ଥା ନଥିବା ବେଳେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସଂନ୍ଧ୍ୟା ସମୟରେ କିଛି ଅସମାଜିକ ବ୍ୟକ୍ତି ଆଡ୍ଡା ଜମାଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ପାହାଡ ଗଛଲତା ଘେରରେ ଘଞ୍ଚ ହୋଇରହିଥିବା ବେଳେ ଅନ୍ଧାକାରର ସୁଯୋଗ ନେଇ ବନ୍ୟଜନ୍ତୁ ମାନେ ମଧ୍ୟ ଗ୍ରାମରେ ପ୍ରବେଶ କରିବାକୁ ଦେଖିବାକୁ ମିଳୁଛି । ସମସ୍ୟା ବିଷୟରେ ସ୍ଥାନୀୟ ସାଉଥକୋ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କଲେ ସୁଦ୍ଧା ତୁରନ୍ତ ବିଦ୍ୟୁତ ସଂଯୋଗ ଦିଗରେ ଗୁରୁତ୍ୱ ନଦେବା ପରିତାପର ବିଷୟ । ଅନ୍ୟ ପଟେ ଠିକା ସଂସ୍ଥା ଦ୍ୱାରା ଗ୍ରାମକୁ ପୋଲ ପୋତି ବିଦ୍ୟୁତ ତାର ସଂଯୋଗ କରାଯାଇ ଥିବା ବେଳେ ଟ୍ରାନ୍ସଫରମର ସଂଯୋଗୀ କରଣ ନକରି ଗ୍ରାମବାସୀଙ୍କୁ ଦୀର୍ଘ ଦିନ ଧରି ଅନ୍ଧାରରେ କାଳ କାଟିବାକୁ ଛାଡିଦେବା ଚିନ୍ତାଜନକ ବିଷୟ । ଏ ବିଷୟରେ ସାଉଥକୋ ବିଦ୍ୟୁତ୍ ବିଭାଗ ସହ ଯୋଗାଯୋଗ କରାଯାଇଥିବା ବେଳେ ଟ୍ରାନ୍ସଫର୍ମ ବସାଇବାକୁ ଦୀର୍ଘ ୬ ମାସ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି । ଅନ୍ୟ ପଟେ ଖୁବଶିଘ୍ର ବିଦ୍ୟୁତ ସଂଯୋଗ କରାନଗଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ