ଭରସାମ୍ୟ ହରାଇ ଘାଟିରେ ଓଲଟିଲା ଟ୍ରାକ୍ଟର, ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗୁରୁତର

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ବେଲଘରରୁ ମହାଶିବରାତ୍ରି ଯାତ୍ରା ଦେଖି ଟ୍ରାକ୍ଟରରେ ଫେରୁଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଛି। କୁସୁମୁଣ୍ଡା ଘାଟି ବୁଲାଣି ରେ ଶନିବାର ସକାଳେ ଏକ ଟ୍ରାକ୍ଟର ଓଲଟି ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ମାନେ ବେଲଘର ନିକଟସ୍ତ ଝିରିପାଣି ପଞ୍ଚାୟତ ସିକକି ଓ ଆଖପାଖ ଗ୍ରାମର ବୋଲି ଜଣାପଡ଼ିଛି। ଖବର ପାଇ ବେଲଘର ସିଆରପିଏଫ୍‌ ଜବାନ ମାନେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ବେଲଘର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ । ସେଥି ମଧ୍ୟରୁ ୧୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରି ସେଠାରେ ଚିକିତ୍ସା ଜାରୀ ରହିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ