କଡାକଡି ହେବ ଆଚରଣବିଧି ୭୨୪ କେନ୍ଦ୍ରରେ ଭୋଟ ଦେବେ ଭୋଟର

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ରାଜ୍ୟରେ ୪ ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଆସନ୍ତା ମେ ମାସ ୨୦ ତାରିଖ ରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ର ଆସିକା ଲୋକସଭା ଆସନ ସହ ଭଞ୍ଜନଗର,ଆସିକା ଓ ସୋରଡା ବିଧାନସଭା ଆସନ ପାଇଁ ନିର୍ବାଚନ ହେବ।ତିନି ବିଧାନସଭା କ୍ଷେତ୍ରରେ ୬ ଲକ୍ଷ ୭୩ ହଜାର ୬୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ସେଥିମଧ୍ୟରେ ୩ ଲକ୍ଷ ୫୦ ହଜାର ୭୮୫ ଜଣ ପୁରୁଷ,୩ ଲକ୍ଷ ୨୨ ହଜାର ୮୨୧ ଜଣ ମହିଳା ଓ ୪୭ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି।ଚଳିତଥର ୧୪ ହଜାର ୫୭୬ ଜଣ ନୁଆ ଭୋଟର ସାମିଲ ହୋଇଛନ୍ତି।ମତଦାନ ପାଇଁ ୭୨୪ ଟି ବୁଥ୍ କରାଯାଇଛି।ଚଳିତ ସାଧାରଣ ନିର୍ବାଚନ ସୁପରିଚାଳନା ପାଇଁ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କୁ ଜୋରଦାର୍ କରାଯାଇଛି।ସୋମବାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଏ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଦେବା ସହ ପ୍ରଶାସନ ପକ୍ଷରୁ ନିର୍ବାଚନ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସୁଚନା ଦେଇଛନ୍ତି।ସେହିପରି ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ସମ୍ପର୍କରେ ଜନସାଧାରଣ ସି-ଭିଜିଲ ପୋର୍ଟାଲ ରେ ଫଟୋ ଓ ଭିଡିଓ ଅପଲୋଡ଼ କରି ଅଭିଯୋଗ କରିପାରିବେ।ନିର୍ବାଚନ ସମ୍ପର୍କିତ ଯେକୌଣସି ଅଭିଯୋଗ ପାଇଁ ୧୯୫୦ କୁ କଲ୍ କରିପାରିବେ।ଉକ୍ତ ବୈଠକରେ ଅତିରିକ୍ତ ଉପଜିଲ୍ଲାପାଳ ବିଶ୍ବରଞ୍ଜନ କର, ଉପଖଣ୍ଡର ସମସ୍ତ ବିଡିଓ ଓ ତହସିଲଦାର ଙ୍କ ସମେତ ଉପଖଣ୍ଡ ସୁଚନା ଓ ଲୋକ ସଂପର୍କ ଅଧିକାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ