ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗିତାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ପ୍ରଥମ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଏକ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରତିଯୋଗୀତାରେ କେନ୍ଦ୍ରାପଡ଼ା ପି.ଏମ୍.ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ଏନ୍.କେ. କୁନାଲ୍ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ମହିଳା ଓ ଶିଶୁବିକାଶ ବିଭାଗ ଏବଂ ଓଡିଶା ରାଜ୍ୟ ଶିଶୁକଲ୍ୟାଣ ପରିଷଦର ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ ହୋଟେଲ ନିୟୁ ମାରିୟନରେ ଆୟୋଜିତ ଏହି ପୁରସ୍କାର ବିତରଣୀ ଉତ୍ସବରେ ଓଡିଶା ରାଜ୍ୟ ଶିଶୁସୁରକ୍ଷା ଆୟୋଗର ପୂବର୍ତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ମେମ୍ବର ସେକ୍ରେଟାରୀ ଓ.ଏସ୍.ସି.ସି.ଡବୁ୍ଲ କ୍ୟୁମାର ସୁଲତାନା ବେଗମ୍, ଆଇ.ସି.ଡି.ଏସ୍. ନିଦ୍ଦେର୍ଶକ ମନୀଷା ବାନାର୍ଜୀ, ମହିଳା କମିଶନର ଅଧ୍ୟକ୍ଷା ମିନତୀ େବେହରା, ମହିଳା ଓ ଶିଶୁ ସୁରକ୍ଷା ଆୟୋଗର ଉପଦେଷ୍ଟା ସୁମିତ୍ରା ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶ୍ରେଷ୍ଠ ଚିତ୍ରଶିଳ୍ପୀ ଭାବେ ଏନ୍.କେ. କୁନାଲ୍ଙ୍କୁ ପୁରସ୍କୃତ କରିଥିଲେ । ଏହି ପ୍ରତିଯୋଗିତାରେ ଓଡିଶାର ୩୦ଟି ଜିଲ୍ଲାର ଛାତ୍ରଛାତ୍ରୀଙ୍କର ଅଙ୍କିତ ଚିତ୍ରକୁ ବି.କେ. ଆର୍ଟ କଲେଜର ଅଧ୍ୟାପକମାନଙ୍କ ଦ୍ୱାରା ଚୟନ କରାଯାଇଥିଲା । ପୂବର୍ରୁ ସେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ବହୁବାର କୃତିତ୍ୱ ଅର୍ଜନ କରିଛନ୍ତି । କେନ୍ଦ୍ରାପଡ଼ା ମୀରପାଟଣାଠାରେ ଅବସ୍ଥିତ ଅରୋ ଚିତ୍ରକଳା ବିଦ୍ୟାଳୟରେ ଚିତ୍ରଗୁରୁ ଅଜୟ ପଣ୍ଡା ଓ ଶୁଭମ ମହାରଣାଙ୍କଠାରୁ ଚିତ୍ରଶିକ୍ଷା ଲାଭ କରୁଛନ୍ତି । ଗରଜଙ୍ଗା ଗ୍ରାମର କାଳନ୍ଦି ମଲ୍ଲିକ ଓ ନଳିନୀ ମଲ୍ଲିକଙ୍କ ସୁୁପୁତ୍ର ଅଟନ୍ତି ।