ପାରଳା ଥାନାରେ ମହିଳା ଓ ଶିଶୁ ଡେସ୍କ ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସ୍ଥାନୀୟ ଆଦର୍ଶ ଥାନା ପରିସରରେ ମହିଳା ଓ ଶିଶୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ଭୂପତିଂକ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍. ଆଇ. କୌତୁକ ସେଠୀ,ତଥା ସଭ୍ୟ/ସଭ୍ୟା ଭାଗବତ ପାଢୀ,ଭାଗ୍ୟଲକ୍ଷ୍ମୀ ନାୟକ,କେ. ସୁନୀତା ଯୋଗଦାନ କରିଥିଲେ। ଗଜପତି ଜିଲ୍ଲାରେ ବିଭିନ୍ନ ସମସ୍ୟା ଯଥା କନ୍ୟା ଚାଲାଣ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟା ସମ୍ୱନ୍ଧରେ ଆଲୋଚନା କରାଯାଇଥିଲା।ତଥା ଶିଶୁ ଅଧିକାର ଓ ଆଇନ ଉପରେ ତର୍ଜମା କରାଯାଇଥିଲା। ଆଗାମୀ ଦିନରେ ପାରଳାଖେମୁଣ୍ଡି ଠାରେ ଏକ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ନିଆଗଲା।ସ୍ଥାନୀୟ ଥାନାର କର୍ମଚାରୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ