ଦୋଳ ଉତ୍ସବ ଆରମ୍ଭ , ଠାକୁର ଗାଁ ଗାଁ ବୁଲି ଖାଉଛନ୍ତି ଦ୍ୱାରୀ ଭୋଗ

ନିମାପଡା, (ସନ୍ତୋଷ ଦାଶ):ମଙ୍ଗଳବାର ପବିତ୍ର ଫଗୁଦଶମୀ ଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଦୋଳଯାତ୍ରା।ପ୍ରାଚୀଉପତ୍ୟକା ର ପ୍ରସିଦ୍ଧ ମନ୍ଦିର ମାନଙ୍କ ର ଠାକୁର ମାନେ ଏବେ ମନ୍ଦିର ଛାଡି ଗାଁ ଗାଁ ବୁଲି ଦ୍ୱାରୀ ଭୋଗ ଖାଉଛନ୍ତି।ଭକ୍ତ ମାନେ ନିଜ ଦ୍ଵାର ମୁହଁ ରେ ଠାକୁର ଙ୍କୁ ପାଇ ଯେତିକି ଖୁସି ଭକ୍ତ ଦାଣ୍ଡ ରେ ବସି, ଛିଡ଼ା ହୋଇ ଠାକୁର ବି ସେତିକି ଖୁସି। ଭକ୍ତ ଆଉ ଭଗବାନ ଙ୍କ ମିଳନ ଘଟିଛି। ଠାକୁର ଙ୍କ ଚଳନ୍ତି ପ୍ରତିମାକୁ ସୁ ସଜ୍ଜିତ ବିମାନ ରେ ବସାଇ ବେହେରା ଗୋପାଳ ମାନେ ଗାଁ ଗାଁ ବୁଲାଉଥିବା ବେଳେ ସେବକ ମାନେ ଛତ୍ରି, ଚାମର ଧରି, ଘଣ୍ଟ ବଜାଇ ଠାକୁର ଙ୍କୁ ବାଟ କଢ଼ାଇ ନେଉଛନ୍ତି। ଗାଁ ଗାଁ ରେ ବିଦ୍ୟୁତ ଆଲୋକ ଥିଲେ ମଧ୍ୟ ପାରମ୍ପରିକ ପ୍ରଥାନୁସାରେ ଠାକୁର ଙ୍କ ପାଖେ ପାଖେ ଜଳୁଛି ତିହୁଡ଼ି ବା ମଶାଲ। ଭକ୍ତପରିବାର ପକ୍ଷରୁ ପଇଡ଼, ଲିଆ, ଉଖୁଡା, ଖଇ, କୋରା, ସାକର,ଚଣା,କଦଳୀ ପ୍ରଭୁତି ଠାକୁର ଙ୍କୁ ଭୋଗ ଅର୍ପଣ କରାଯାଉଥିବା ବେଳେ ଫଗୁ (ଅବିର)ଲାଗିକରାଯାଉଛି। ପ୍ରାଚୀ ଉପତ୍ୟକା ର ଅମରେଶ୍ୱର, ବନ୍ଦେଶ୍ୱର, ମାଧବ ଗ୍ରାମ ର ମାଧବାନନ୍ଦ,ଛଣିଜଙ୍ଗ ଗ୍ରାମ ର ରାଧା କାନ୍ତ ନୟାହାଟ ନିକଟସ୍ଥ ନରସିଂହପୁର ଗ୍ରାମ ର ପ୍ରଭୁ ମାଧବାନନ୍ଦ, ଯୋଗେଶ୍ୱରପୁର ର ଯୋଗେଶ୍ୱର, ନିଭରଣ ର ଗ୍ରାମେଶ୍ୱର, ପାଣିଛତ୍ର ର ରାମେଶ୍ବର, ଗୋପାଳ ମଠ ର ମଦନ ମୋହନ,କୁଞ୍ଜିଆରପାଟଣା, ଭାରଡାପାଟଣା,ନୂଆଗଡ଼, ବଡ଼ତୋଟା ଗ୍ରାମ ର ରାଧା କୃଷ୍ଣ,ବରୀମୁଣ୍ଡ ଗ୍ରାମ ର ବରେଶ୍ଵର, ରାଇସ ର ହର ଗଣେଶ୍ୱର , ଓଟର, କଣ୍ଟି, ବଣହରା, ତିରୁଣା, କଦମ୍ବ ପାଟଣା ପ୍ରଭୃତି ଗ୍ରାମ ର ରାଧାକୃଷ୍ଣ ଠାକୁର ମାନେ ସ୍ଵ ସ୍ୱ ସୁସଜ୍ଜିତ ବିମାନରେ ଗାଁ ଗାଁ ବୁଲି ଦ୍ୱାରୀ ଭୋଗ ଓ ବସା ଭୋଗ ଖାଉଛନ୍ତି। ଠାକୁର ମାନେ ଗାଁ ଗାଁ ବୁଲି ଦ୍ୱାରୀ ଭୋଗ ଖାଉଥିବାରୁ ଗାଁ ସବୁ ଉତ୍ସବ ମୁଖର ହୋଇଉଠିଛି।ହରିବୋଲ, ହୁଳହୁଳି, ଭଜନ କୀର୍ତ୍ତନ ରେ ଗାଁ ଦାଣ୍ଡ ଉଛୁଳି ପଡୁଛି। ଗୋପାଳ ମାନେ ପାରମ୍ପରିକ ସିଂଘା ବଜାଇ ଠାକୁର ମାନଙ୍କୁ ସ୍ଵାଗତ କରୁଛନ୍ତି। ଦୋଳ ଉତ୍ସବ ପାଇଁ ସବୁ ଗାଁ ଉତ୍ସବ ମୁଖର ହୋଇଉଠିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ