ଖୁବ୍ ଶୀଘ୍ର ଆଗକୁ ୱାଟର କ୍ୟାପ୍‌ସୁଲ!

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ମାର୍ଚ୍ଚ ମାସ ୨୨ ତାରିଖ, ବିଶ୍ୱ ଜଳ ଦିବସ । ଏ ଦିବସ ପାଳନ ପରିପ୍ରେକ୍ଷୀରେ ରାଜଧାନୀ ଭୁବନେଶ୍ୱରର ୯ ବର୍ଷର ଛାତ୍ର ଶାନ୍ତନୁ ଶାନ୍ତିସ୍ୱରୂପ ବିଶ୍ୱରେ ସୃଷ୍ଟି ହୋଇଥିବା ପାନୀୟ ଜଳର ସାଘାଂତିକ ସଙ୍କଟକୁ ଉପଲବ୍ଧି କରି ରଙ୍ଗ, ତୂଳୀରେ ନିଖୁଣ ରୂପେ ଆଙ୍କିଛନ୍ତି ୱାଟର କ୍ୟାପସୁଲ୍ ଅର୍ଥାତ୍ ଜଳ ବଟିକା । ତାର ନାମ ରଖିଛନ୍ତି ଐ୨ଙ । ଆଗକୁ ପାନୀୟ ଜଳର ଶେଷ ବିକଳ୍ପ ହେବ ଏ ବଟିକା । ଶୋଷ ଲାଗିଲେ ଆଉ ପାଣି ପିଇବାକୁ ପଡିବନି କି ପାଣିକୁ ଖୋଜିବାକୁ ମଧ୍ୟ ପଡିବନି । ପାଣି ବଦଳରେ ତୃଷ୍ଣା ମେଣ୍ଟାଇବ ଏ ଜଳ ବଟିକା! ଏଭଳି ନିଆରା ଚିନ୍ତାଧାରାକୁ ଚିତ୍ର ଆଙ୍କି ସାରା ବିଶ୍ୱକୁ ପାନୀୟ ଜଳାଭାବ ସଂପର୍କରେ ସତର୍କ କରାଇ ଦେଇଛନ୍ତି । ଜଳ ସୁରକ୍ଷା ଉଦ୍ଦେଶ୍ୟରେ ଦେଇଛନ୍ତି ବଳିଷ୍ଠ ବାର୍ତ୍ତା । ଶାନ୍ତନୁ ଏ ସଂପର୍କରେ କୁହନ୍ତି ଦିନ ଥିଲା ଲୋକେ ନଦୀ, ପୋଖରୀ ଇତ୍ୟାଦିର ଜଳକୁ ପାନୀୟ ଜଳ ହିସାବରେ ବ୍ୟବହାର କରୁଥିଲେ । ଧିରେ ଧିରେ ନଦୀ, ପୋଖରୀର ସ୍ଥାନ ନେଲା କୂଅ, ବୋର୍‌ୱେଲ୍‌, ଆଉ ନଳକୂପ । କାଳକ୍ରମେ ଏଗୁଡିକର ସ୍ଥାନ ନେଲା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ । ଏବେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍‌ର ସ୍ଥାନ ନେଇ ସାରିଲାଣି ପାଣି ବୋତଲ ଓ ପାଉଚ୍ ପାଣି । ଆଗକୁ ଏ ପାଣି ବୋତଲର ସ୍ଥାନ ନେବ ଏ ‘ୱାଟର କ୍ୟାପ୍‌ସୁଲ’! ଯାହା ଏବେଠାରୁ ଜଳ ଜଳ ହୋଇ ଦିଶିଲାଣି । ସଂପ୍ରତି ଏଭଳି ଅବସ୍ଥାରେ ପହଞ୍ôଚଲାଣି ପାନୀୟ ଜଳର ସ୍ଥିତି । ଯଦି ବେଳ ଥାଉଁ ଏନେଇ ସତର୍କ ଓ ସଜାଗ ନ ହେବା ତେବେ ଆଗାମୀ ଦିନରେ ଜଳ ପାଇଁ ସୃଷ୍ଟି ହେବ ବିଶ୍ୱ ଯୁଦ୍ଧ! କଅଁଳ ବୟସରେ ଏଭଳି ଦୂରଦୃଷ୍ଟିକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି । ଶାନ୍ତନୁ ଭୁବନେଶ୍ୱର ଭୀମଟାଙ୍ଗି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚତୁର୍ଥ ଶ୍ରେଣୀରେ ପାଠ ପଢୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ