କମଳା ବୈକୁଣ୍ଠ ଫାଉଣ୍ଡେସନ ଦ୍ବାରା ରୋଡ ଶେଫ୍ଟି ମିରର ପ୍ରତିଷ୍ଠା

କଟକ, (ଯୁଗାବ୍ଦ ନ୍ୟୁଜ):ସହରରେ ବଢୁଥିବା ଜନଗହଳି ଓ ସେଥିପାଇଁ ଦୈନଦିନ ଘଟୁଥିବା ସଡ଼କ ଦୁର୍ଘଟଣାକୁ ଆଖି ଆଗରେ ରଖି କଟକର ସୁନାମଧନ୍ୟ ଅନୁଷ୍ଠାନ କମଳା ବୈକୁଣ୍ଠ ଫାଉଣ୍ଡେସନ ତରଫରୁ ଏକ ଭିନ୍ନ ଧରଣର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି, ଫାଉଣ୍ଡେସନ ତରଫରୁ କଟକ ସହର ବିଭିନ୍ନ ଜନ ଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଉତ୍ତଲ ଜବକାଚ ବା ରୋଡ ସେଫ୍ଟି ମିରର ସ୍ଥାପନ କରିବାକୁ ଚିନ୍ତା କରିବା ସହ , ଆଜି ପ୍ରଥମ କରି କଟକ ଶ୍ରୀରାମ ନଗର ସ୍ଥିତ ରୁଚି ମସଲା ଫ୍ୟାକ୍ଟ୍ରି ଓ ମଙ୍ଗଳ ମନ୍ଦିର ନିକଟରେ ଦୁଇଟି ସମତଳ ମିରର ସ୍ଥାପନ କରିବା ସହ, ଆଗାମୀ ଦିନରେ କଟକ ବିଭିନ୍ନ ସ୍ଥାନରେ ଏହି ଭଳି ମିରର ସ୍ଥାପନ କରିବାର ଯୋଜନା ରହିଛି ବୋଲି ଅନୁଷ୍ଠାନ ର ସଂଯୋଜକ ଆୟେଶକାନ୍ତ ମହାପାତ୍ର କହିଛନ୍ତି,ଏହା ସହ ମିଡ଼ିଆ ବନ୍ଧୁ ମାନଂକ ସହାୟତା ରେ ସରକାର ଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି କି ଏଭଳି କାର୍ଯ୍ୟକ୍ରମ ପ୍ରତି ସରକାର ଧ୍ୟାନ ଦେଲେ ଓ ଏଭଳି ମିରର ସ୍ଥାପନ କଲେ ରାସ୍ତା ଘାଟରେ ହେଇଥିବା ଅନେକ ଦୁର୍ଘଟଣାରୁ ଲୋକ ବର୍ତ୍ତି ଜାଇ ପାରିବେ,ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ରେକୀ ମିଶନ ପ୍ରତିଷ୍ଠାତା ଗୁରୁ ଶ୍ରୀସନ୍ଥ, ସ୍ଥାନୀୟ କର୍ପୋରେଟର ସୌଭାଗିନି ଜେନା, କଳାକାର ବୀରେନ ମିଶ୍ର (ଫକୁ ଭାଇ), ରେକଡିଷ୍ଟ ପିନ୍ଟୁ ଭାଇ ଙ୍କ କର କମାଳରେ ଉନ୍ମୋଚନ କରାଯାଇଥିଲା, ଏହା ସହ ଫାଉଣ୍ଡେସନ ର ଆତ୍ମଜୀତ ମହାପାତ୍ର, ଅନୁଭବ ଭୋଳ, ସୌମ୍ୟା ଭୋଳ, ଡ: ଅନ୍ୟାନ୍ୟ ଭୋଳ, ସିଦ୍ଧାର୍ଥ ସ୍ୱାଇଁ ଓ ଅନ୍ୟ ସମସ୍ତ ଫାଉଣ୍ଡର ମେମ୍ବର ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସୁଚାରରୂପେ ସମ୍ପନ୍ନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ