ଶିକ୍ଷା ଗତ ଯୋଗ୍ୟତା ମାମଲାରେ ଆଡ଼ପଡ଼ା ସମିତି ସଭ୍ୟା ଅଯୋଗ୍ୟ ଘୋଷିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଆଡପଡା ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ନୟନୀ ପ୍ରଧାନ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଆସିକା ସିନିୟର୍ ସିଭିଲ ଜର୍ଜ କୋର୍ଟରେ କରାଯାଇଥିବା ପଞ୍ଚାୟତ ଜନ ପ୍ରତିନିଧିଙ୍କ ଯୋଗ୍ୟତା ଜନିତ ନିର୍ବାଚନ ମାମଲା ନଂ ୦୧ / ୨୦୨୨ର ବିଚାର କରି ମାନ୍ୟବର। ଆସିକା ସିନିୟର୍ ସିଭିଲ ଜର୍ଜଙ୍କ ଅଦାଲତ ୨୪/୦୩ /୨୦୨୪ ରେ ଆଦେଶ ପ୍ରକାରେ ତାଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି । ସୂଚନା ପ୍ରକାରେ ୨୦୨୨ ମସିହାରେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଡ଼ପଡ଼ା ପଞ୍ଚାୟତରେ ଶ୍ରୀମତୀ ନାୟନୀ ପ୍ରଧାନ ସ୍ୱା :- ପ୍ରତାପ ପ୍ରଧାନ ସମିତି ସଭ୍ୟା ଭାବେ ମନୋନୟନରେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ମିଛ ତଥ୍ୟ ଦେଇଥିବା ନେଇ ବିପକ୍ଷ ପ୍ରତିଦ୍ବନ୍ଦୀ ବବିତା ବାରିକ ନ୍ୟାୟାଳୟର ଆଶ୍ରୟ ନେଇଥିଲେ । ଏହିଁ ମାମଲାର ବିଚାରକରି ସରକାରୀ ସାକ୍ଷୀ ଭାବେ ତତ୍କାଳୀନ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଙ୍କ ସହ ୧୪ ଜଣ ଏବଂ ବବିତା ବାରିକଙ୍କ ପକ୍ଷରୁ ୫ ଜଣଙ୍କ ବୟାନ ଆଧାରରେ ମାନ୍ୟବର ଆସିକା ସିନିୟର୍ ସିଭିଲ ଜର୍ଜ ସୌଦାମିନୀ ବିଶ୍ଵାଳ ରାୟ ପ୍ରଦାନ କରିଛନ୍ତି ।ସରକାରୀ ଓକିଲ ପି କେ ଦାସ ମାମଲା ପରିଚାଳନା କରିଥିବା ବେଳେ ବବିତା ବାରିକଙ୍କ ପକ୍ଷରୁ ଓକିଲ ଚିତରଞ୍ଜନ ଦାଶ ଏବଂ ନୟନୀଙ୍କ ପକ୍ଷରୁ ଓକିଲ ଏସ ଏନ୍ ପଣ୍ଡା ମାମଲା ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ