ପୁରୀ-ଗୁଣୁପୁର ଟ୍ରେନ ଏସି ବଗିରେ ଲାଗିଲା ନିଆଁ

କାଶୀନଗର,(ଯୁଗାବ୍ଦ ନିଉସ): ପୁରୀ-ଗୁଣୁପୁର ଟ୍ରେନର ଏସି ବଗିରେ ଆକସ୍ମିକ ଭାବେ ଲାଗିଲା ନିଆଁ । ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ସମସ୍ତ ଯାତ୍ରୀ । ପୁରୀରୁ ଗୁଣୁପୁର ଅଭିମୁଖେ ଆସୁଥିବା ପାସେଞ୍ଜର ଟ୍ରେନ କାଶୀନଗର ରେଳଷ୍ଟେସନ ଠାରେ ପହଞ୍ଚି ରହଣି କାଳରେ କୌଣସି ଯାନ୍ତ୍ରିକ ତୃଟିରେ ଏସି ବଗିରେ ହଠାତ୍ ନିଆଁ ଲାଗିଯାଇଥିଲା । ଏହା ଦେଖି ଯାତ୍ରୀମାନେ ଭୟଭିତ ହୋଇଥିବା ବେଳେ ଉପସ୍ଥିତ ରେଳ କର୍ମଚାରୀମାନେ ନିଆଁ ଲାଗିଥିବା ବଗି ପାଖରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଯାହାଫଳରେ କୌଣସି ଜନଧନ କ୍ଷୟକ୍ଷତି ହୋଇନଥିଲା । ଆଜି ଟ୍ରେନ୍ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବିତ ରାତ୍ରରେ ପହଞ୍ଚିଥିଲା । ରେଳକର୍ମଚାରୀଙ୍କ ତ୍ବରିତ ପଦକ୍ଷେପକୁ ନେଇ ସୌଭାଗ୍ୟ ବଶତଃ ବର୍ତ୍ତି ଯାଇଥିବା ଯାତ୍ରୀମାନେ ପ୍ରଶଂସା କରୁଛନ୍ତି । କ୍ଷତିଗ୍ରସ୍ତ ଏସି ବଗିକୁ ମରାମତି କରୁଛନ୍ତି ରେଳ କର୍ମଚାରୀମାନ। ପୁରୀ-ଗୁଣୁପୁର ଟ୍ରେନ୍ ଟି ଆଜି ନିର୍ଦ୍ଧାରିତ ସମୟ ଠାରୁ ବହୁ ବିଳମ୍ବରେ ପହଞ୍ଚିଥିବା ବେଳେ ଏପରି ନିଆଁ ବ୍ୟାପିବା ଯୋଗୁଁ ବିଳମ୍ବ ଘଟୁଥିବାରୁ ଗୁଣୁପୁର ଏବଂ ଅନ୍ୟାନ୍ୟ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ