ମା ଚାଚଖାଇ ଙ୍କ ଝାମୁଯାତ୍ରା ର ଦ୍ଵିତୀୟ ପାଳି ଯାତ୍ରା
ନିମାପଡ଼ା, (ସନ୍ତୋଷ ଦାଶ):ଗୋପ ବ୍ଲକ ନରସିଂହପୁରହାଟ ଗାଁ ମୁଣ୍ଡରେ ପୂଜା ପାଇଆସୁଥିବା ମା ଚାଚଖାଇ ଙ୍କ ଏକ ମାସ ବ୍ୟାପୀ ପ୍ରସିଦ୍ଧ ଝାମୁଯାତ୍ରା ଚୈତ୍ରମାସ ପ୍ରଥମ ଗୁରୁବାର ଠାରୁ ଆରମ୍ଭ ହୋଇଛି । ଆଜି ଥିଲା ମନ୍ଦିର ରେ ଦ୍ୱିତୀୟ ପାଳି ଯାତ୍ରା।ପ୍ରାତଃ ରେ ମନ୍ଦିର ପହୁଡ଼ ଫିଟାଯାଇ ମା ଙ୍କ ମଙ୍ଗଳ ଆଳତୀ ଓ ସମସ୍ତ ପ୍ରାତଃ ନୀତି କରାଯିବାପରେ ମା ଙ୍କୁ ମହା ଲକ୍ଷ୍ମୀ ବେଶ ରେ ସଜ୍ଜିତ କରା ଯାଇଥିଲା। ବଲ୍ଲଭ ନୀତି ପରେ ମନ୍ଦିର ଦ୍ଵାର ଖୋଲାଯାଇଥିଲା। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମା ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ମଧ୍ୟାହ୍ନ ରେ ମା ଙ୍କ କାଳେସୀ ଘଣ୍ଟ ପାଟୁଆ ପ୍ରାଚୀ ନଦୀ ରୁ ପାଣି ତୋଳି ଆସି ମା ଙ୍କ ଆଜ୍ଞାମାଳ ପାଇବା ପରେ ମା ଙ୍କ ସମ୍ମୁଖରେ ଘଣ୍ଟପାଟୁଆ ନୃତ୍ୟ ପରିବେଷଣ କରିଥିଲେ। ଚୈତ୍ର ମାସ ର ଚତୁର୍ଥ ଗୁରୁବାର ପର୍ଯ୍ୟନ୍ତ ମା ଙ୍କ ଏହିପରି ନୀତି ଅନୁଷ୍ଠିତ ହେବବୋଲି ମା ଙ୍କ ପୂଜକ ଚନ୍ଦ୍ର ଶେଖର ପାଢ଼ୀ ପ୍ରକାଶ କରିଥିବା ବେଳେ ଚତୁର୍ଥ ଗୁରୁବାର ବିଳମ୍ବିତ ରାତିରେ ପରମ୍ପରା ଅନୁସାରେ ସେବକ ନୃସିଂହ ପଣ୍ଡା ପାହାନ୍ତି କାଳୀକା ନୃତ୍ୟ ପରିବେଷଣ କରିବେ ଓ ପଞ୍ଚମ ତଥା ଶେଷ ଗୁରୁବାର ଦିନ ରଡ ନିଆଁ ଉପରେ ଖାଲିପାଦ ରେ ଘଣ୍ଟପାଟୁଆ ଝାମୁ ଚାଲିବା ପରେ ଶେଷ ହେବ ମା ଙ୍କ ଏକ ମାସ ବ୍ୟାପି ଝାମୁଯାତ୍ରା ବୋଲି କହିଛନ୍ତି ମା ଙ୍କ ପୂଜକ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ,ତ୍ରିଲୋଚନ ପାଢ଼ୀ ଓ ବିଜୟ ପାଢ଼ୀ । ଏହି ଅବସର ରେ ମନ୍ଦିର ନିକଟରେ ମେଳା ଲାଗିଥିଲା ଓ ସ୍ଥାନୀୟ ନୟାହାଟ ଫାଣ୍ଡି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।


