ଝୋଲରୀରେ ହନୁମାନ ବିଗ୍ରହ ପ୍ରତିଷ୍ଠା ଓ ଅଷ୍ଟଦଳ ନାମ ସଂକିର୍ତ୍ତନ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଳକର ଅନ୍ତରପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝୋଲରୀ ଗ୍ରାମରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା ବୁଗୁଡ଼ା ବ୍ଳକ୍ର ସର୍ବବୃହତ ହନୁମାନ ମୂର୍ତ୍ତିର ପ୍ରତିଷ୍ଠା ଉତ୍ସବ ଓ ଅଷ୍ଟଦଳ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇ ଯାଇଛି। କଞ୍ଚୁରୁ, ପଙ୍କଳବାଡି, ଏକଡାଳ, ଖରିଡା-୧, ଝୋଲରୀ, ଖରିଡା-୨, ମନ୍ଦାର ଓ ବେଠିଆବୋରଦାର ନାମ ସଂକିର୍ତ୍ତନ ଦଳ ନାମ ପରିବେଷଣ କରିଥିଲେ। ରବିନ୍ଦ୍ର କୁମାର ରଥ ହୋମଯଜ୍ଞ ପରିଚାଳନା କରିଥିଲେ। ପୋଲସରା ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଉକ୍ତ ଆଧ୍ଯାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରଦ୍ଧାଳୁମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମରେ ବାଲିପଦର ବଣିକ ସଂଘ ସଭାପତି ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ, ଜି. ରାଜେଶ୍ବର ପାତ୍ର, ବରିଷ୍ଠ ନାଗରିକ ମଞ୍ଚ ସଭାପତି ବିପ୍ର ଚରଣ ପାତ୍ର, ରବିନ୍ଦ୍ର ପ୍ରଧାନ, ସାନ୍ତନୁ ନାୟକ ପ୍ରମୁଖ ବହୁ ବରିଷ୍ଠ ବ୍ୟକ୍ତି ଯୋଗଦେଇ ଥିଲେ। ମହେଶ୍ୱର ସ୍ବାଇଁ, ଡକ୍ଟର ବି.ପ୍ରକାଶ ଚନ୍ଦ୍ର ପାତ୍ର, ଅଭିମନ୍ୟୁ ଡାକୁଆ, ପୁର୍ଣ୍ଣ ଚନ୍ଦ୍ର ସ୍ବାଇଁ, ବସନ୍ତ କୁମାର ସାହୁ, କାର୍ତ୍ତିକେଶ୍ଵର ବିଷୋୟୀ, ସତ୍ୟବାନ୍ ବିଷୋୟୀଙ୍କ ସମେତ ଯୁବ-ଛାତ୍ର ଗୋଷ୍ଠୀ ଓ ଗ୍ରାମବାସୀ ସହଯୋଗ କରିଥିଲେ। ଶେଷରେ ଦିଗପହଣ୍ଡିର ଦେବେନ୍ଦ୍ର ଓ ସାଥି ଲୋକନୃତ୍ୟ ଦାସକାଠିଆ ପରିବେଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ