କାଳିକା ନୃତ୍ୟ.. ମଙ୍ଗଳା ମନ୍ଦିର ର ଏକ ଅନନ୍ୟ ପରମ୍ପରା
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କ ମନ୍ଦିର ରେ ଗତ ମାର୍ଚ୍ଚ ୨୪ ତାରିଖ ଠାରୁ ଆରମ୍ଭ ହୋଇଛି ଏକ ମାସ ବ୍ୟାପି ଝାମୁଯାତ୍ରା । ଆଜି ଥିଲାତୃତୀୟ ପାଳିଯାତ୍ରା ।ପାରମ୍ପରିକ ପ୍ରଥାନୁସାରେ ବିଳମ୍ବିତ ରାତ୍ରୀ ରେ ମନ୍ଦିର ରେ ଅନୁଷ୍ଠିତ ହୋଇଥିଲା କାଳିକା ନୃତ୍ୟ।ମା ଙ୍କ ଜୈନିକ ଖମାରେଇ ସେବକ ନିଜକୁ କାଳୀ ବେଶ ରେ ସଜ୍ଜିତ କରିବା ପରେ ମନ୍ଦିର ଗର୍ଭଗୃହ କୁ ଯାଇ ମା ଙ୍କୁ ସ୍ତୁତି କରିଥିଲେ। ମା ଙ୍କ ପୂଜାପଣ୍ଡl ତାଙ୍କୁ ମା ଙ୍କ ଲାଗି ସିନ୍ଦୁର ଓ ମାଳ ପ୍ରଦାନ କରିଥିଲେ। ଏହାପରେ ପାଳିଆ ସେବକ ଙ୍କ ଘଣ୍ଟ ମାଡ କୁ ଅନୁସରଣ କରି ଉକ୍ତ ସେବକ କାଳିକା ନୃତ୍ୟ ପରିବେଷଣ କରିଥିଲେ।ମନ୍ଦିର ଭିତରେ, ବେଢାରେ, ଓ ସେବକସାହି ଦାଣ୍ଡ ରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇଥିଲା। ମା ମଙ୍ଗଳା ଶାନ୍ତ ଓ ମଙ୍ଗଳ ଦାୟକ ଦେବୀ ହୋଇଥିଲେ ମଧ୍ୟ ଦୁଷ୍ଟ ମାନଙ୍କୁ ସଂହାର କରିବାକୁ କାଳୀ ହୋଇପାରନ୍ତି ବୋଲି ପୁରାଣ ରେ ବର୍ଣ୍ଣିତ ହୋଇଛି।ମା ମଙ୍ଗଳା ଓ କାଳୀ ଏକ ଓ ଅଭିନ୍ନ ବୋଲି ଭକ୍ତ ମାନଙ୍କୁ ସୂଚାଇ ଦେବାକୁ ଚୈତ୍ର ମାସ ର ତୃତୀୟ, ଚତୁର୍ଥ ଓ ପଞ୍ଚମ ମଙ୍ଗଳବାର ଦିନ ବିଳମ୍ବିତ ରାତି ରେ କାଳିକା ନୃତ୍ୟ ଅନୁଷ୍ଠିତ ହୋଇ ଆସୁଥିବା ବିଶ୍ୱାସ ରହିଆସିଛି। କାଳିକା ନୃତ୍ୟ ମଙ୍ଗଳା ମନ୍ଦିର ର ଏକ ଅନନ୍ୟ ପରମ୍ପରା ଭାବେ ରହିଆସିଥିବା କୁହନ୍ତି ମା ଙ୍କ ସେବକ କମଳଲୋଚନ ଦୀକ୍ଷିତ ।


