ଭଲିବଲ ଟୁର୍ଣ୍ଣାମେଂଟରେ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଗାଁରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଂଟ ଉଦ୍ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟକୁ ବିଜେପି ନେତା ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ । ଉଦଘାଟନ ମ୍ୟାଚରେ ଜାମୁଗାଁ କ୍ଲବ ଓ ଛତିଆନା କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତିଆନା ବିଜୟୀ ହୋଇଥିଲା । ମୁଖ୍ୟ ଅତିଥିଙ୍କ ସହିତ ସମ୍ମାନିତ ଅତିଥି ଭାବେ ଅଲଣା ପଂଚାୟତର ପୂର୍ବତନ ସରପଂଚ ସୁଶାନ୍ତ କୁମାର ମଲ୍ଲିକ, ସନ୍ତୋଷ ମହାନ୍ତି, ପବିତ୍ର ରାଉତ, ପ୍ରଫୁଲ ଦାସ, ସ୍ମୃତିରଂଜନ ରାଉତ, ଗୋପାଳ ସ୍ୱାଇଁ, ନିମାଇଁ ପଟ୍ଟନାୟକ, ବିକ୍ରମ ଦାସ, ଭୀଷ୍ମ ପରିଡା, ଦେବଦତ କର, କିଶୋର ବେହେରା, ଜିନା ସାମଲ, ଗୋବିନ୍ଦ ପରିଡା, ରାମ ପାତ୍ର, ଅଜୁ ଦାସ, ଲିତୁ ଭୋଇ, ବାଇଧର ଦାସ, ମଥୁରୀ ଦାସ, ଟିକ ଭାଇ, ଗଣେଷ ବେହେରା, ଜଟ ସ୍ୱାଇଁ, ଲିଟୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।


