ନିର୍ବାଚନ ପୂର୍ବରୁ ପୋଲସରା ପୋଲିସ୍ ପକ୍ଷରୁ ଫ୍ଳାଗ୍ ମାର୍ଚ୍ଚ

ପୋଲସରା, (ଅନିଲ କୁମାର ମହାରଣା):ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ଦ୍ଵିତୀୟ ପର୍ଯ୍ୟାୟରେ ମଇ ୨୦ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ। ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୋଲସରା ବିଧାନସଭା ନିର୍ବାଚନ ମଧ୍ୟ ସେହି ଦିନ ଅନୁଷ୍ଠିତ ହେବ। ପୋଲସରା ନିର୍ବାଚନ ମଣ୍ଡଳୀ ପାଇଁ ତିନି ମୁଖ୍ୟ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ପାର୍ଟିର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। ରାଜନୈତିକ ଉଷ୍ଣତା ମଧ୍ୟ ଆରମ୍ଭ ହୋଇଗଲାଣି। ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଗଞ୍ଜାମ ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ପୋଲସରା ପୋଲିସ୍ ଥାନା ଆଇଆଇସି କୌଶିକ ମାଝୀଙ୍କ ନେତୃତ୍ବରେ ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ଼ ପଞ୍ଚାୟତ , ବେଲଗାଁ ପଞ୍ଚାୟତର ଡିମ୍ବିରିଆ , ମାଳତେନ୍ତୁଳିଆ ପଞ୍ଚାୟତ , ବନ୍ଥପଲ୍ଲୀ ପଞ୍ଚାୟତ ରେ ପୋଲସରା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଏପ୍ରିଲ ୧୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଜନ ସାଧାରଣଙ୍କୁ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ପରିଚାଳନାରେ ସହଯୋଗ କରିବାକୁ ନିବେଦନ କରାଯାଇଛି। ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ପୋଲସରା ପୋଲିସ ସଜାଗ ଥିବାବେଳେ ଯେକୌଣସି ପ୍ରକାର ଅସାମ୍ବିଧାନୀ ଓ ଅପ୍ରିତିକର କାର୍ଯ୍ୟକଳାପର ଦୃଢ଼ ମୁକାବିଲା କାରାଯିବା ବୋଲି ଘୋଷଣା କରାଯାଇଛି। ଏହି ଫ୍ଲାଗ ମାର୍ଚ୍ଚରେ ପୋଲସରା ଥାନା ଉପ ଆରକ୍ଷୀ ନିରୀକ୍ଷକ, ସହକାରୀ ଆରକ୍ଷୀ ନିରୀକ୍ଷକ ଙ୍କ ସମେତ ପୋଲିସ ଫୋର୍ସ ଓ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ