ଭାମଶ୍ୟାଳି ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ ଭାମଶ୍ୟାଳୀ ଗ୍ରାମରେ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସାଇଟ ସେଭର ଇଣ୍ଡିଆ ଓ ବନବିଭାଗର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏପ୍ରିଲ ୧୧ ତାରିଖ ଦିନ ଭାମଶ୍ୟାଳୀ ତେଲୁଗୁ ସାହି “ଆମ ଗାଁ ଆମ ବିକାଶ” ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି। ହିଂଜିଳିକାଟୁ ନିକଟସ୍ଥ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଚିତ୍ରସେନ ଗୌଡ଼, କଳ୍ପନା ସେଠୀ, କଲ୍ୟାଣି ଓ ଯଶ୍ମିନୀ ଏହି ଶିବିରରେ ଯୋଗଦେଇ ୩୬ ଜଣ ରୋଗୀଙ୍କ ଚକ୍ଷୁ ପରଳ ପରୀକ୍ଷା ମାଗଣାରେ କରିଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅସ୍ତ୍ରୋପଚାର କରିବା ପାଇଁ ଶଙ୍କର ଚକ୍ଷୁ ଚିକିତ୍ସାଳୟର ବସ ଯୋଗେ ସମରଝୋଳ ଶଙ୍କର ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିଲା। ଚକ୍ଷୁ ପରୀକ୍ଷା ପରେ ୬ ଜଣ ରୋଗୀଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା। ବନବିଭାଗ ପକ୍ଷରୁ ସୁରେଶ ପ୍ରସାଦ ସରାଫ ଓ ସାଇଟ ସେଭର ଇଣ୍ଡିଆ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ