ଝାଡ଼ଖଣ୍ଡ ଏକଜିଟ୍ ପୋଲ : କମିବ ବିଜେପି ଆସନ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ମତଦାନ ଶେଷ ପରେ ଏକଜିଟ୍ ପୋଲ ପ୍ରକାଶ ପାଇଛି। କଂଗ୍ରେସ-ଜେଏମଏମ ଏବଂ ଆରଜେଡିକୁ ନେଇ ଗଠିତ ୟୁପିଏ ମେଣ୍ଟ ୩୧ରୁ୩୯ ଆସନ ପାଇବ ବୋଲି ବୁଥ୍‌ ବାହୁଡ଼ା ମତ କହୁଛି। ରାଜ୍ୟରେ କ୍ଷମତାରେ ଥିବା ବିଜେପିର ସଂଖ୍ୟା କମିପାରେ। ଏହା ୨୮ରୁ ୩୬ ଆସନ ଜିତିବା ସମ୍ଭାବନା ଆକଳନ କରିଛି ଆଇଏଏନଏସ- ସିଭୋଟର- ଏବିପି ଏକଜିଟ୍‌ ପୋଲ। ଜେଭିଏମ ୧ରୁ ୪ ଆସନ ଏବଂ ଅନ୍ୟ ଦଳମାନେ ୧୧ ଆସନ ପାଇପାରନ୍ତି। ଏଠାରେ ମ୍ୟାଜିକ ନମ୍ବର ୪୧। ଝାଡ଼ଖଣ୍ଡରେ ୮୧ ଆସନ ପାଇଁ ପାଞ୍ଚ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଛି। ନଭେମ୍ବର ୩୦, ଡିସେମ୍ବର ୭ରେ ମତ ରଖିଛନ୍ତି ମତଦାତା। ତେବେ ମୁଖ୍ୟତଃ ବିଜେପି ଏବଂ ୟୁପିଏ ମଧ୍ୟରେ ମୁକାବିଲା ହେଉଛି। ୟୁପିଏରେ କଂଗ୍ରେସ ସହ ଜେଏମଏମ ଏବଂ ଆରଜେଡି ରହିଛନ୍ତି। ଜେଏମଏମ ୪୩ ଆସନ, କଂଗ୍ରେସ ୩୧ ଏବଂ ଆରଜେଡି ୭ ଟି ଆସନରେ ଲଢ଼ୁଛନ୍ତି। ସେପଟେ ବିଜେପି ୭୯ ଆସନରେ ଲଢ଼ୁଥିବାବେଳେ ସହଯୋଗୀଙ୍କୁ ୨ଟି ଆସନ ଛାଡ଼ିଛି। ଚଳିତ ନିର୍ବାଚନରେ ମୋଟ ୪୦ ଲକ୍ଷ ପାଞ୍ଚ ହଜାର ୨୮୭ ଭୋଟର ରହିଛନ୍ତି। ରାଜ୍ୟରେ ମୋଟ ପାଞ୍ଚ ହଜାର ୩୮୯ ମତଦାନ କେନ୍ଦ୍ରରେ ମତଦାନ ଅନୁଷ୍ଠିତ ହୋଇଛି।
ଅନ୍ୟ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀଙ୍କ ମଧ୍ୟରେ ଜେଭିଏମ ୮୧ ଆସନ ଏବଂ ଏଜେଏସୟୁ ୫୨ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି। ତେବେ ଗତ ବିଧାନସଭା ନିର୍ବାଚନ ଜିଣି ବିଜେପି ସରକାର ଗଢ଼ିଥିଲା। ଏଥର ବିଜେପି ସରକାରରେ ରହିବ କି ସତ୍ତା ବଦଳି ତାହା ଧାର୍ଯ୍ୟ କରିବେ ମତଦାତା। ମୁଖ୍ୟତଃ ବିଜେପିର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଏବଂ ୟୁପିଏ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେମନ୍ତ ସୋରେନଙ୍କ ମଧ୍ୟରେ ସିଂହାସନ ଲଢ଼େଇ ହେଉଛି। ଆସନ୍ତା ୨୩ ତାରିଖ ଦିନ ଭୋଟ ଗଣତି । ଜାନୁଆରୀ ୫ ତାରିଖରେ ବର୍ତ୍ତମାନର ଝାଡ଼ଖଣ୍ଡର କାର୍ଯ୍ୟକାଳ ସରୁଛି। ତାହା ପୂର୍ବରୁ ନୂଆ ସରକାର ଗଠିତ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ