ସରପଞ୍ଚଙ୍କ ଉଦାର ମାନବିକତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଜଣେ ସରପଞ୍ଚ ନିଜର ଉଦାର ମାନବିକତାର ପରିଚୟ ପ୍ରଦାନ କରିଛନ୍ତି. ନିଜ ଅଞ୍ଚଳରେ ଶ୍ମଶାନ ବହୁ ବର୍ଷ ହେଲା ରହିଛି. ହେଲେ ଶ୍ମଶାନକୁ ସତ୍କାର ପାଇଁ ଯିବାକୁ ହେଲେ ରାସ୍ତା ନ ଥିବା ଯୋଗୁଁ ଲୋକେ ବହୁ ହଇରାଣ ହେଉଥିଲେ. ଏହାକୁ ଦୃଷ୍ଟିରେ ରଖି ସରପଞ୍ଚ ଲୋକଙ୍କ ସୁବିଧା ପାଇଁ ଶ୍ମଶାନ ଯିବାକୁ ଥିବା ରାସ୍ତାରେ ରାସ୍ତା ନିର୍ମାଣ ପାଇଁ ନିଜ ଜମି ଦାନ କଲେ. ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ତାବରଡା ପଞ୍ଚାୟତର ସରପଞ୍ଚଙ୍କ ପରିବାର ତାବରଡା ପାଣ ଖ୍ରୀଷ୍ଟିଆନ ସାହିର ଶ୍ମଶାନକୁ ରାସ୍ତା ନିମନ୍ତେ ଉଦାର ଭାବେ ଭୁ ସମ୍ପତ୍ତିକୁ ଦାନ କରିଛନ୍ତି। ଚଉଡ଼ା ୧୦ ଫୁଟ ହିସାବରେ ଶ୍ମଶାନକୁ ଯିବା ଭିତରେ ଯେତେକ ତାଙ୍କର ଜମି ପଡୁଛି ରାସ୍ତା ନିମନ୍ତେ ଭୂମି ଚିହ୍ନଟ କରି ଦେଖାଇ ଦେଇଥିଲେ। ରାସ୍ତା ନିମନ୍ତେ ଭୂମି ଚିହ୍ନଟ କରି ଦାନ କରିବା ସମୟରେ ନିଜେ ସରପଞ୍ଚ ତାବତି ବେହେରଦଳାଇ,ସ୍ବାମୀ ରଘୁନାଥ ବେହେରଦଳାଇ, ପୁଅ ମୁନା ବେହେର ଦଳାଇ ଉପସ୍ଥିତ ରହି ଖ୍ରୀଷ୍ଟିଆନ ସାହିର କମିଟି ଏବଂ ବୁଦ୍ଧିଜୀବୀ ମାନଙ୍କ ଉପସ୍ଥିତିରେ ରାସ୍ତା ଚିହ୍ନଟ କରି ଦେଖାଇ ଥିଲେ। ରାସ୍ତା କାର୍ଯ୍ୟ କରିବା ନିମନ୍ତେ ସମସ୍ତଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ। ତାବରଡା ଗ୍ରାମର ପାଣ ଖ୍ରୀଷ୍ଟିଆନ ସାହିର ଲୋକେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ ଶ୍ମଶାନକୁ ଶବ ନେବାପାଇଁ ରାସ୍ତା ନଥିଲା । ଯାହା ଫଳରେ ବିଲ ହୁଡ଼ା,ଧାନ କ୍ଷେତ ଦେଇ ଶବ ବୋହି ନେଉଠିଲେ ଲୋକେ । ଖରା ଦିନେ ଯେମିତି ସେମିତି ଶବ ବୋହି ନେଇପାରୁଥିଲେ । କିନ୍ତୁ ବର୍ଷା ଦିନେ ଧାନ ଫସଲକୁ କୁଦି କୁଦି ଶବକୁ ବୋହି ନିଅନ୍ତି। ପିଢ଼ି ପରେ ପଢ଼ି ଶ୍ମଶାନକୁ ଶବ ବୋହି ନେବା ନିମନ୍ତେ ନାଇନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ସାହି ବାସି। ସାହିର କେହି ଜୋଦି ମୃତ୍ୟୁ ବରଣ କରନ୍ତି ଶବକୁ ନେବାକୁ ବହୁ କଷ୍ଟ କରୁଥିଲେ। ତେଣୁ ସବୁବେଳେ ଏହି ଭଳି ପରିସ୍ଥିତି ଦେଖି ଶ୍ମଶାନକୁ ରାସ୍ତା ନିମନ୍ତେ ଉଦାର ଭାବେ ଭୁ ସମ୍ପତ୍ତିକୁ ଦାନ କରିଥିବା ସରପଞ୍ଚଙ୍କ ପରିବାର କହିଛନ୍ତି। ଏହି ଭଳି ମହାନ୍ କାର୍ଯ କରିଥିବାରୁ ସରପଞ୍ଚଙ୍କ ପରିବାରକୁ ଗ୍ରାମ ବାସି କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ