ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି ଜଣାଇଲା ହିଞ୍ଜିଳି ବିଜେଡି

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ଓଡିଶାର ପ୍ରବାଦ ପୁରୁଷ, ମହାନ ଜନନାୟକ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧ ଦିବସ ହିଞ୍ଜିଳି ବିଜେଡି ପକ୍ଷରୁ ନିରାଡମ୍ବର ସହକାରେ ପାଳିତ ହୋଇଯାଇଛି । ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ପୌର ଓ ବ୍ଳକ ବିଜେଡି ମିଳିତ ସହଯୋଗରେ ବୁଧବାର ବିଜୁବାବୁଙ୍କ ୨୭ତମ ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ବୁଧବାର ସକାଳେ ଶତାଧିକ ଦଳୀୟ କର୍ମୀ ସ୍ଥାନୀୟ ଘୋଡାହାଡ ନଦୀରେ ପହଞ୍ଚି ତିଳତର୍ପଣ କରିଥିଲେ । ପରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ଦଳୀୟ କାର୍ଯ୍ୟାଳୟ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିବା ସହ ବିଜୁବାବୁ ଅମର ରହେ ଓ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନିରେ ସହର ପ୍ରକମ୍ପିତ ହୋଇ ଉଠିଥିଲା । ମୁଖ୍ୟ ସଡକ, ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଓ ଶିଶୁ ଉଦ୍ୟାନ ପରିସରରେ ଅବସ୍ଥାପିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ କର୍ମୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ମୁଖ୍ୟସଡକ ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତୀ ସମ୍ମୁଖରେ ଦଳୀୟ କର୍ମୀ ମାନେ ସମୁହ ଶପଥ ପାଠ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଓଏଚଆରଡିସି ଅଧ୍ୟକ୍ଷ ଡି. ବିଶ୍ୱନାଥ, ଯୁବ ବିଜେଡି ସଭାପତି ସଞ୍ଜୟ ପଣ୍ଡା,ସମ୍ପାଦକ ପ୍ୟାରୀମୋହନ ପାଢି, ପ୍ରାକ୍ତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ଶିବରାମ ଗୌଡ, ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ, ସଭ୍ୟା ବାଇ ଗିତାଞ୍ଜଳି, ପ୍ରିତି ସାହୁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଏନ୍ ରଘୁନାଥ, ପ୍ରଦୀପ ପଣ୍ଡା, ବିଭୁ ପ୍ରସାଦ ପଣ୍ଡା, ବସନ୍ତ ବେହେରା, ବି. ରାମଚନ୍ଦ୍ର, ରାମଚନ୍ଦ୍ର ମହାପାତ୍ର, ପ୍ରଭାତ ମହାରଣା, ରୋହିତ ବିଷୋୟୀ, ସଞ୍ଜୟ ସ୍ୱାଇଁ, ସନ୍ତୋଷ ମହାରଣା, କିରଣ ପଟ୍ଟନାୟକ , ତରୁଣ କୁମାର ପଣ୍ଡା, ଭିକା ବେହେରା, ଶ୍ୟାମଘନ ବେହେରା, ସୁଶାନ୍ତ ଚୌଧୁରୀଙ୍ ସମେତ ବହୁ କାଉନସିଲର, ସରପଞ୍ଚ, ସମିତିସଭ୍ୟ ଓ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।
ଫଟୋ-

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ