ବିଶିଷ୍ଟ ଜ୍ୟୋତିର୍ବିଦ ଙ୍କ ପତ୍ନୀ ଙ୍କ ପରଲୋକ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ତୁଳସୀପୁର ଗ୍ରାମ ର ବିଶିଷ୍ଟ ଜ୍ୟୋତିର୍ବିଦ ସ୍ବର୍ଗତ ରାଧାଶ୍ୟାମ ନାୟକ ଙ୍କ ପତ୍ନୀ ଶାନ୍ତିଲତା ନାୟକ ଙ୍କ ୮୫ ବର୍ଷ ବୟସ ରେ ତାଙ୍କ ବାସଭବନ ରେ ପରଲୋକ ହୋଇଯାଇଛି। ସେ ଜଣେ ଧର୍ମ ପରାୟଣ ମହିଳା ହୋଇଥିବାରୁ ତାଙ୍କ ମୃତ୍ୟୁ ରେ ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳିଯାଇଛି। ତୁଳସୀପୁର ଗ୍ରାମ ଶ୍ମଶାନ ରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ତାଙ୍କ ପୁତୁରା ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ନାୟକ ମୁଖାଗ୍ନି ଦେଇଥିଲେ। ତାଙ୍କ ସ୍ବାମୀ ସ୍ୱର୍ଗତ ରାଧାଶ୍ୟାମ ନାୟକ ସମଗ୍ର ନିମାପଡ଼ା ଅଞ୍ଚଳ ରେ ଜଣେ ଲୋକ ପ୍ରିୟ ଜ୍ୟୋତିର୍ବିଦ ଥିଲେ। ହଜାର ହଜାର ଶିଶୁ ଙ୍କ ର ସେ ଜାତକ ତିଆରି କରି ବେଶ ପ୍ରସିଦ୍ଧି ଲାଭ କରିଥିଲେ।


