ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଯୋଗେନ୍ଦ୍ର ବାନରା ଙ୍କୁ ଦଳ ତରଫରୁ ଭବ୍ୟ ସମ୍ବର୍ଦ୍ଧନା
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାରେ ଇଣ୍ଡିଆ ମେଣ୍ଟ ନେଇ ଆଶା ଓ ଆଶାଙ୍କା ମଧ୍ୟରେ ଝୁଲି ରହିଥିଲା କଂଗ୍ରେସ ଓ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର କର୍ମୀଙ୍କ ମଧ।ଥରେ ।ସବୁ ଅନ୍ତର ସମାପ୍ତି ହୋଇ ଯାଇଛି । କଂଗ୍ରେସ ଏକାକୀ ଚଲୋ ନୀତିରେ ମୟୂରଭଞ୍ଜ ଜିଲ୍ଲାର କଂଗ୍ରେସ ପ୍ରାର୍ଥୀ ମାନଙ୍କ ନାମ ଘୋଷଣା କରିଛି । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ପାଇଁ ସେବା ନିବୃତ ଵାୟୂ ସେନା କର୍ମଚାରୀ ଯୋଗେନ୍ଦ୍ର ବାନରାଙ୍କ ନାମ ଘୋଷଣା କରିଛି । କଂଗ୍ରେସ ପ୍ରାର୍ଥୀ ଙ୍କ ନାମ ଘୋଷଣା ଶୁଣି ସୁପ୍ତ କଂଗ୍ରେସ ତା’ର ପୂର୍ବ ହୃତ ଗୌରବ ଫେରାଇ ଆଣିବା ପାଇଁ ଦଳୀୟ କର୍ମୀ ମହଲରେ ଖୁସିର ଲହରି ଖେଳିଯାଇଛି ।ଆଜି ଅପରାହ୍ନରେ କଂଗ୍ରେସ କର୍ମୀ ମାନେ କଂଗ୍ରେସ କାର୍ଯ୍ୟାଳୟକୁ ବହୁ ସଂଖ୍ୟାୟେ ଛୁଟି ଆସିଥିଲେ । ସେମାନଙ୍କ ପ୍ରାର୍ଥୀଙ୍କୁ ସେଠାରେ ପୁଷ୍ପଗୁଚ୍ଛ ଓ ପୁଷ୍ପମାଲ୍ୟ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ସମସ୍ତେ ସଂକଳ୍ପ ନେଇଥିଲେ ଆସନ୍ତା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବା ସହ ଘର ଘର ବୋଲି ଡ୍ରେସ୍ ଇସ୍ତାହାର ପତ୍ର ଦେବେ । ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି,ଦରଦାମ ଵେଲଗାମ, ଚିଟଫଣ୍ଡ ଦୁର୍ନୀତି କାରୀଙ୍କୁ ଘଣ୍ଟ ଘୋଡାଇବା, ସ୍ବାସ୍ଥ୍ୟ ସେବା ବିଫଳ,ପିଇବା ପାଣି ପାଇଁ ହନ୍ତସନ୍ତ, ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ,ବେକାରୀ ବୃଦ୍ଧି,ମହିଳାଙ୍କୁ ନ୍ୟାୟ ନ ମିଳିବା,ଯୁବକ ହାତରେ ପେଡ଼ି, ଜଳସେଚନ ବିପର୍ଯ୍ୟସ୍ତ ନେଇ ଲୋକଙ୍କ ପାଖକୁ ଯାଇ କଂଗ୍ରେସ ସପକ୍ଷରେ ଭୋଟ ମାଗିବା ସହ ରାହୁଲ ଗାନ୍ଧୀ ଙ୍କ ନେତୃତ୍ବରେ ଦେଶ ଆଗକୁ ବଢିବ ବୋଲି ଵୁଝାଇବେ ।ବିଧାୟକ ପ୍ରାର୍ଥୀ ଯୋଗେନ୍ଦ୍ର ବାନ୍ଦ୍ରା କହିଥିଲେ ଦେଶ ସେବା ପାଇଁ ମୁଁ କାମ କରି ସାରିଛି ।ଏଵେ ସମାଜସେବା କରିବା ସହ ରାଜନୀତିରେ ପାଦ ଦେଇଛି । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ମୌଳିକ ସମସ୍ୟା, ଆଦିବାସୀଙ୍କ ସମସ୍ୟା,ଯୁବକ,ମହିଳା,କୃଷକ,ଖଟିଖିଆ,ଖଣି ଶ୍ରମିକଙ୍କ ସମସ୍ୟା ଉପରେ ଲୋକଙ୍କୁ ନ୍ଯାୟ ଦେବା ପାଇଁ ବାକିତକ ଜୀବନ ଉତ୍ସର୍ଗୀକୃତ କରିବେ ବୋଲି ଗଣମାଧ୍ୟମ ଜରିଆରେ କହିଥିଲେ । ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର୍, ଜନସାଧାରଣଙ୍କୁ ପବିତ୍ର ଚୈତ୍ର ପର୍ବ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ,ଶୁଭେଛା ଜଣାଇବା ସହ ଭୋଟରଙ୍କ ଆଶୀର୍ବାଦ ଓ ସହଯୋଗ କାମନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ନଗର ସଭାପତି ଅଶୋକ ଅଗ୍ରୱାଲ,ବସନ୍ତ ପଟ୍ଟନାୟକ,ଆଡଭୋକେଟ ହରିହର ସାହୁ କଂଗ୍ରେସ ଏସି ସେଲ ର ଭାଗିରଥି ପାତ୍ର, ଭଜହରି ମହାନ୍ତ ,ମନୋଜ ନାୟକ,ଜମ୍ବୁ ପରିଡ଼ା,ଦୀପକ ମହାନ୍ତି, ଜ୍ଞାନ ରଂଜନ ମହାନ୍ତି, ପରିବେଶବିତ୍ ଲଳିତ ମହାନ୍ତ,ଦିବାକର ମହାନ୍ତ, ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ ।