ଉତ୍ତର ଭାରତରେ ମୃଦୁ ଭୂକମ୍ପ

ନୂଆଦିଲ୍ଲୀ : ଉତ୍ତର ଭାରତରେ ଏକ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ଦିଲ୍ଲୀର ଏନ୍‌ସିଆର ଅଞ୍ଚଳ ଏବଂ ଶ୍ରୀନଗରରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । ଆଫଗାନିସ୍ତାନର ହିନ୍ଦୁକୁଶ ପର୍ବତମାଳାରେ ସୃଷ୍ଟ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରହିଥିଲା । ଦିଲ୍ଲୀ ସହ ଶ୍ରୀନଗର,ଚଣ୍ଡିଗଡରେ ବି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଅପରାହ୍ନ ୫ଟା ୧୦ ମିନିଟ୍‌ରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । ଏହି ଭୂକମ୍ପ ହରିୟାଣା ଏବଂ ପଞ୍ଜାବର କିଛି ଅଂଶରେ ଅନୁଭୂତ ହୋଇଥିବା ଜଣାପଡିଛି । ଭୂକମ୍ପ ଫଳରେ ଲୋକମାନେ ଘର ବାହାରକୁ ପଳାଇ ଆସିଥିବା ବେଳେ କିଛି କ୍ଷୟକ୍ଷତି ରିପୋର୍ଟ କରାଯାଇନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ