ଓଠ ଉପରେ ଅଲୋଡ଼ା ଲୋମ କାଢ଼ିବାର ଘରୋଇ ଉପାୟ

ଅପର ଲିପ୍‌ରେ ଉଠୁଥିବା ଅବାଞ୍ଛିତ ଲୋମ ହଟାଇବା ଲାଗି ସାଧାରଣତଃ ଅନେକେ ୱାକ୍ସିଂ ଓ ଥ୍ରେଡିଂର ସାହାରା ନେଇଥାନ୍ତି। କିନ୍ତୁ ୱାକ୍ସିଂ କାରଣରୁ ଚେହେରାର ସ୍କିନ୍‌ ଟୋନ୍‌ ଅସମାନ ହୋଇଯାଏ। ଥ୍ରେଡିଂ କାରଣରୁ ଯନ୍ତ୍ରଣା ସହିତ ଲାଲ ପଡ଼ିଯିବା ସମସ୍ୟା ହୋଇଯାଏ। ଚାଲନ୍ତୁ ଜାଣିବା ଅପର ଲିପ୍‌ ଲୋମ ହଟାଇବାର ଘରୋଇ ଉପାୟ ସମ୍ପର୍କରେ।
ସବୁଠାରୁ ଅଧିକ ପ୍ରଚଳିତ ଉପାୟ
ଯଦି ଆପଣ ମଧ୍ୟ ଉପର ଓଠରେ ଉଠୁଥିବା ଲୋମରୁ ମୁକ୍ତି ପାଇବା ପାଇଁ ଥ୍ରେଡିଂର ସାହାଯ୍ୟ ନେଉଛନ୍ତି, ତେବେ ଆପଣଙ୍କୁ ବହୁତ ଯନ୍ତ୍ରଣା ସହିବାକୁ ପଡ଼ିଥାଏ। ସେହିପରି ୱାକ୍ସିଂ କରୁଥିବା ମହିଳାଙ୍କୁ ମଧ୍ୟ କଷ୍ଟ ସହିବାକୁ ପଡ଼ିଥାଏ। ଏଥିସହିତ ୱାକ୍ସ କାରଣରୁ ଚେହେରାର ତ୍ବଚାର ରଙ୍ଗ ଅଲଗା ଅଲଗା ହୋଇଯାଏ। ଏହା ବହୁତ ଖରାପ ଦେଖାଯାଏ।
ବେସନ ଉପଯୁକ୍ତ ଉପାୟ
ଅପର ଲିପ୍‌ ଲୋମରୁ ମୁକ୍ତି ପାଇବା ପାଇଁ ଉପଯୁକ୍ତ ଉପାୟ ହେଉଛି ବେସନ। ପ୍ରତ୍ୟେକ ଦିନ ବେସନ ଫେସ୍‌ପ୍ୟାକ୍‌ ଲଗାଉଥିବା ମହିଳାଙ୍କ ଅପର ଲିପ୍‌ ଲୋମ ସମସ୍ୟା କମ୍‌ ରହିଥାଏ। ଆପଣ ଏହାକୁ ପ୍ରତ୍ୟେକ ଦିନ ଲଗାଇପାରିବେ। ଏଥିରେ ପୂରା ଚେହେରାର ଲୋମ ମଧ୍ୟ ସଫା ହୋଇଯାଏ। ଏହାଫଳରେ ବ୍ଲିଚ୍‌ କରିବାର ଆବଶ୍ୟକତା ମଧ୍ୟ ପଡ଼ି ନ ଥାଏ। ବେସନରେ ହଳଦୀ ଓ ଗୋଲାପ ଜଳ ମିଶାଇ ଗାଢ଼ା ପେଷ୍ଟ ତିଆରି କରନ୍ତୁ। ଏହି ପେଷ୍ଟକୁ ଅପର ଲିପ୍‌ ଉପରେ ଲଗାଇ ଶୁଖିଗଲା ପରେ ଗୋଲାପ ଜଳ ଲଗାଇ ହାଲୁକା ଓଦା କରନ୍ତୁ। ଏହାକୁ ହାତରେ ହାଲୁକା ଭାବେ ରଗଡ଼ି ହଟାଇ ସାଦା ପାଣିରେ ଧୋଇ ଦିଅନ୍ତୁ। ଏପରି କିଛି ଦିନ କରିବା ପରେ କିଛି ଦିନ ମଧ୍ୟରେ ଏହାର ପ୍ରଭାବ ଦେଖିବାକୁ ମିଳିବ।
ଅଟା, ହଳଦୀ, ଗୋଲାପ ଜଳ
ଏକ ଚାମଚ ଅଟାରେ ଏକ ଚିମୁଟା ହଳଦୀ ଓ ଗୋଲାପ ଜଳ ମିଶାଇ ଗାଢ଼ା ପେଷ୍ଟ ତିଆରି କରନ୍ତୁ। ଏବେ ଏହି ପେଷ୍ଟକୁ ଅପର ଲିପ୍‌ ଉପରେ ଲଗାନ୍ତୁ। ଏହା ଶୁଖିଗଲା ପରେ ଏହାକୁ ତୁଳା ସହାୟତାରେ ଗୋଲାପ ଜଳ ସହାୟତାରେ ହାଲୁକା ଓଦା କରନ୍ତୁ। ଏବେ ଏହାକୁ ଧିରେ ଧିରେ ରଗଡ଼ି ହଟାନ୍ତୁ। କିଛି ଦିନ ଯାଏ ଏପରି କରିବା ଦ୍ବାରା ପ୍ରଭାବ ଦେଖିବାକୁ ମିଳିଥାଏ।
ଚିନି ଓ ଲେମ୍ବୁ
ଏକ ଚାମଚ ଚିନିରେ ଅଧା ଲେମ୍ବୁ ରସ ମିଶାନ୍ତୁ। ଏହି ମିଶ୍ରଣକୁ ସର୍କୁଲାର ମୋଶନ୍‌ରେ ଲଗାନ୍ତୁ। ପ୍ରତ୍ୟେକ ଦିନ ୧୫ରୁ ୨୦ ମିନିଟ୍‌ ଏହାକୁ ଅପର ଲିପ୍‌ ଉପରେ ହାତରେ ରଗଡ଼ନ୍ତୁ। ଅପର ଲିପ୍‌ କ୍ଲିନ୍‌ କରିବା ପରେ ମଧ୍ୟ ଆପଣ ଏହି ଉପାୟ ଅବଲମ୍ବନ କରିପାରିବେ। କାରଣ ଏହା ଲୋମର ଗ୍ରୋଥ୍‌କୁ ମଧ୍ୟ ରୋକିବାରେ ସାହାଯ୍ୟ କରେ।
ଲେମ୍ବୁ ଓ ମହୁ
ଏକ ଚାମଚ ମହୁରେ କିଛି ବୁନ୍ଦା ଲେମ୍ବୁ ରସ ମିଶାଇ ଏହି ଲେପକୁ ଅପର ଲିପ୍‌ ଉପରେ ଲଗାନ୍ତୁ। ଏହରକୁ ୨୦ ମିନିଟ୍‌ ଯାଏ ଲଗାଇ ରଖନ୍ତୁ। ଏହାକୁ ଓଦା କପଡ଼ାରେ ସଫା କରି ସଫା ପାଣିରେ ଧୋଇଦିଅନ୍ତୁ।
ଆଳୁ
ଖଣ୍ଡେ ଆଳୁକୁ ଗ୍ରେଟରରେ ଗ୍ରେଟ୍‌ କରି ଏହାକୁ ଅପର ଲିପ୍‌ରେ ଲଗାଇ ୧୫ରୁ ୨୦ ମିନିଟ୍‌ ଯାଏ ମାଲିସ୍‌ କରନ୍ତୁ। ଏହାପରେ ଏହାକୁ ୫ ମିନିଟ୍‌ ଯାଏ ଶୁଖିବାକୁ ଛାଡ଼ିଦିଅନ୍ତୁ। ଏବେ ଏହାକୁ ସାଦା ପାଣିରେ ଧୋଇ ଦିଅନ୍ତୁ। ଏହି ଉପାୟ ଲୋମ କମ୍‌ କରିବାରେ ସାହାଯ୍ୟ କରେ। ଏହାକୁ ଯଦି ଆପଣ ପୂରା ଚେହେରାରେ ଲଗାଉଛନ୍ତି, ତେବେ ଆପଣଙ୍କ ତ୍ବଚାରେ ଚମକ ଆସିଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ