୨ ଅନାଥ ଭଉଣୀଙ୍କୁ ଥଇଥାନ କଲା ଗଜପତି ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ଗୁରୁବା ଗ୍ରାମର ଦୁଇ ଅନାଥ ଭଉଣୀ ଗତ ୨ ବର୍ଷ ହେଲା ବହୁ ଦୁଃଖ ଓ ଅନାଟନରେ ଜୀବନଯାପନ କରୁଥିଲେ.ଏନେଇ ଆମ ଖବର କାଗଜରେ ୨ ଭଉଣୀଙ୍କ ଫଟୋଚିତ୍ର ସହ ବିସ୍ତୃତ ଖବର ପରିବେଷଣ ହୋଇଥିଲା. ଏହାପରେ ଗଜପତି ପ୍ରଶାସନ ତରଫରୁ ଏହି ୨ ଅନାଥ ଭଉଣୀଙ୍କୁ ଆବଶକ୍ୟ ଥଇଥାନ କରାଯାଇଥିବା ଜଣାଯାଇଛି. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ଗୁଲୁବା ଗ୍ରାମର ରାମଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ଆରପାରିକୁ ଚାଲି ଯାଇଛନ୍ତି । ବାପା ଓ ମାଆ ଚାଲିଗଲା ପରେ ଏହି ଅନାଥ ଦୁଇ ଭଉଣୀ ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଥିଲେ । ବାପା ମାଆଙ୍କ ମୃତ୍ୟୁ ପରେ ଯେଉଁ ବୟସରେ ହାତରେ କଲମ ଧରି ଦୁଇ ଭଉଣୀ ପାଠ ପଢ଼ିବା କଥା ସେହି ବୟସରେ ନିଜର ପେଟର ଭୋକକୁ ସହିନପାରି ମଜୁରୀ କରିବାକୁ ବାଧ୍ୟ କରିଥିଲା । ବଡ଼ ଭଉଣୀ ଯାହା କୁଳିଲାଗି ମଜୁରୀ କରି ଦୁଇ ପଇସା ଆଣୁଥିଲେ ସେଥିରେ ଲୁଣ, ସଂସ୍କାର ଚାଲୁଥାଏ। ବହୁତ ଦୁର୍ଦିନ ଓ ଦୁର୍ଦ୍ଦଶାରେ ଜୀବନ କାଟୁଥିଲେ। ଅନେକ ସମୟରେ ଭୋକର ଯନ୍ତ୍ରଣା ସହି ନ ପାରି ଵାର ଦୁଆରେ ହାତ ପତାଇ ଆସୁଥିଲେ. ଏ ସମସ୍ତ ଘଟଣା ଆମ କାଗଜରେ ପ୍ରକାଶ ପାଇବା ପରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦେଶକ୍ରମେ ଅନାଥ ୨ ଭଉଣୀଙ୍କୁ ପାରଳାଖେମୁଣ୍ଡି ଶିଶୁ ସୁରକ୍ଷା ୟୁନିଟରେ ଥାଇଥାନ କରାଯାଇଛି. ଆଗାମୀ ଦିନରେ ଏହି ୨ ଅନାଥ ଭଉଣୀଙ୍କ ସମସ୍ତ ଶିକ୍ଷାଗତ ସୁବିଧା ସହ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ kumar ତ୍ରିପାଠୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ