ପାଣିପମ୍ପ ଚୋରୀ କରି ଯୁବକ ଗିରଫ

ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ରବିବାର ଭୋରରୁ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମ ନିକଟସ୍ଥ ପରିବା ଚାଷଜମିରୁ ପାଣିପମ୍ପ ଚୋରୀ ଅଭିଯୋଗରେ ହିଞ୍ଜିଳି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ବାପୁଜିନଗର ଅଞ୍ଚଳର ଯୋଗି ଦାସ (୩୪) । ଏ ନେଇ ହିଞ୍ଜିଳି ଥାନାରେ କେସ ନଂ – ୪୨୦/୨୪ ରେ ଏକ ମାମଲା ରୁଜୁ କରି ସୋମବାର କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ତଥା ହିଞ୍ଜିଳି ଥାନା ଏଏସଆଇ କାଳି ଚରଣ ସ୍ବାଇଁଙ୍କ ସୂତ୍ରରୁ ପ୍ରକାଶ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ରବିବାର ଭୋରରେ ହିଞ୍ଜିଳିକାଟୁ ପୌରାଞ୍ଚଳ ବାପୁଜିନଗରର ଯୋଗି ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମ ନିକଟସ୍ଥ ମାଟିପୋଡା ଇଟାଭାଟିରେ କାମ କରୁଥିଲା। ପରିବା ଚାଷଜମି ମାଲିକ ରାମଚନ୍ଦ୍ର ମହାନ୍ତି ଚାଷଜମିକୁ ପାଣି ମଡାଇବା ପାଇଁ ଚାଷଜମି ପରିସରରେ ଏକ ପାଣିପମ୍ପ ଲଗାଇଥିଲେ। ଯୋଗି ସୁଯୋଗ ଉଣ୍ଡି ରବିବାର ଭୋରରେ ଇଟାଭାଟି ନିକଟସ୍ଥ ଚାଷଜମିକୁ ପାମିପମ୍ପ ଭୋଟରଙ୍କୁ ଚୋରୀ କରି ନେଇ ଯାଇଥିଲେ। ଯୋଗି ମୋଟର ଚୋରୀ କରି ନେଉଥିବା ବେଳେ କିଛି ଲୋକ ଦେଖିପାରି ଚାଷଜମି ମାଲିକ ଙ୍କୁ ଖଵର ଦେଇଥିଲେ। ଚୋରୀ ଘଟଣା ନେଇ ରାମଚନ୍ଦ୍ର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ହିଞ୍ଜିଳି ପୁଲିସ ଯୋଗିଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଚୋରୀ ପାଣିପମ୍ପ ମୋଟରକୁ ଜବତ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ