ଗୋକୁଳଧାମରେ ମାରୁତି ସତସଙ୍ଗ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ ଗୋକୁଳଧାମରେ ମାରୁତି ସତସଙ୍ଗ ଭକ୍ତମାନଙ୍କ ଦ୍ୱାରା ହନୁମାନ ସୁନ୍ଦରାକାଣ୍ଡ ପାରାୟଣ ମହାଯଜ୍ଞ କୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଏହା ପରେ ବ୍ରହ୍ମଚାରୀ ଅନୁରାଗ ଚୈତନ୍ୟ ଗୀତା ପ୍ରଥମ ଅଧ୍ୟାୟ ବିସଦ ଭାବରେ ବର୍ଣ୍ଣନା କରିଥିଲେ । ପରେ ମନ୍ଦିରରେ ୧୦୮ ଆରତୀ ପୁଜା , ପ୍ରସାଦ ବଣ୍ଟଣ୍ଟନ , ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସହଦେବ ପାତ୍ର , ରାଜାରାମ ପ୍ରଧାନ , କେଦାର ଚୌଧୁରୀ , ବିଜୁ ସାବତ , ରବିନ୍ଦ୍ର ବାଡତ୍ୟାଙ୍କ ସମେତ ବହୁ ଭକ୍ତ ଯୋଗଦେଇଥିଲେ ।


